ବରଗଡ :- ଆଜି ବରଗଡ଼ ଜିଲ୍ଲା ସୋହେଲା ସ୍ଥିତ ଅଗ୍ରସେନ ଭବନଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ , ଓଡିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ନିର୍ମାଣ ଶ୍ରମିକ ସଚେତନତା ଏବଂ ସହାୟତା ପ୍ରଦାନ ସମାରୋହରେ ହିତାଧିକାରୀମାନଙ୍କୁ ସଚେତନ କରି 883 ଜଣ ହିତାଧକାରୀଙ୍କୁ ପ୍ରାୟ 3 କୋଟି ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା , ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କର ବିଭାଗୀୟ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଯୋଗଦେଇ ହିତାଧିକାରୀ ମାନଙ୍କୁ ଶ୍ରମିକ ମାନଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କର ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିବା ସହିତ ହିତାଧିକାରୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଟଲି, ସୋହେଲା, ଗାଇସିଲେଟ ଓ ଅମ୍ବାଭୋନା ବ୍ଲକର ହିତାଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ସହାୟତା,ଝିଅ ବିବାହ ସହାୟତା ଓ ମୃତ୍ୟୁ ସହାୟତାର ରାଶି ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.