ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଥାନ ଅନ୍ତର୍ଗତ ସମରଖାଇ ଗ୍ରାମ ନିକଟସ୍ଥ ୪୯ନମ୍ବର ଜାତୀୟ ରାଜପଥ ରେ ସ୍ପଷ୍ଟ ଦିବାଲୋକରେ ଜଣେ ଚାଷୀଙ୍କ ଠାରୁ ୩ଜଣ ଦୁର୍ବୃତ୍ତ ୧ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି। ଚାଷୀ ଜଣକ ହେଲେ ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନ ଅନ୍ତର୍ଗତ କେନ୍ଦ୍ରୀକଳା ଗ୍ରାମର ସୁନ୍ଦରଲାଲ ପାତ୍ର।
ମିଳିଥିବା ସୂଚନା ମୁତାବକ, ସୁନ୍ଦରଲାଲ ପାତ୍ର ନିଜ ପୁଅ ଓ ଅନ୍ୟଜଣେ ଯୁବକ ଙ୍କ ସହ ଏକ ବାଇକ୍ ଯୋଗେ ବଲମ ବଜାର କୁ ବଳଦ କିଣିବାକୁ ଆସୁଥିଲେ। ଏହି ସମୟରେ ସମରଖାଇ ଗ୍ରାମ ନିକଟରେ ୩ଜଣ ଅଜ୍ଞାତ ଯୁବକ ବାଇକ ରେ ପଛପଟୁ ଆସି ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ସୁନ୍ଦରଲାଲ, ତାଙ୍କ ପୁଅ ଓ ଅନ୍ୟ ଜଣକ ରାସ୍ତାରେ ପଡ଼ି ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ପକେଟ୍ ରେ ଥିବା ୧ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଟଙ୍କା ଲୁଟିବା ପରେ ଭୁଜାଲି ରେ ଆକ୍ରମଣ କରି ସେଠାରୁ ଫେରାର ମାରିଥିଲେ। ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ସେମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.