“କଳିଙ୍ଗ ଭୂମିପୁତ୍ର ସମ୍ମାନ-୨୦୨୨” ରେ ସମ୍ମାନୀତ ହେଲେ ଗଜପତି ଜିଲ୍ଲାର ଆଲୋକ , ଲିଲି ଓ ରାୟଗଡା ଜିଲ୍ଲାର ବିଜୟ , କୃଷ୍ଣଚନ୍ଦ୍ର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ତରଫରୁ ମଇ ୨୫ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ “କଳିଙ୍ଗ ଭୂମିପୁତ୍ର ସମ୍ମାନ-୨୦୨୨” ଆୟୋଜନ ହୋଇଥିଲା।
ଉକ୍ତ ସମ୍ମାନ ସଭାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପାବ୍ଲିକ ଡିପାର୍ଟମେଣ୍ଟ , ଶିଶୁ ପରିବାର ଏବଂ ମହିଳା ଡିପାର୍ଟମେଣ୍ଟ , ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ଏବଂ ନାଗରିକ ନ୍ୟାୟ ବିଭାଗ (ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ) କର୍ମୀ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମାଁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା , ରାଷ୍ଟ୍ରୀୟ ସଭାପତି
ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ର ଶ୍ରୀ ନସିତ୍ ଆଫ୍ରୋଜ, ଶ୍ରୀ ଭୁନେଶ୍ୱର ମହାନଗର ନିଗମର ମାୟେର ଶ୍ରୀମତୀ ସୁଲୋଚାନା ଦାସ , ମଧ୍ୟ ବିଧାୟକ ଭୁବନେଶ୍ୱର ଶ୍ରୀ ଅନନ୍ତ ନାରାୟଣ ଜେନା ମଞ୍ଚସୀନ ହୋଇ ବହୁ ମାନ୍ୟଗଣ୍ୟ ବିଶେଷ ଯିଏ ଅସହାୟ ଲୋକଙ୍କ ସହ ରହି ନିଜନିଜର ମୌଳିକ ଅଧିକାର ପାଇବାରେ ସାହାର୍ଯ୍ୟର ହାତ ବଢ଼ାଇ ଆଗକୁ ନେଉଥିଲେ ସେହି ମହାନ ବ୍ୟକ୍ତି ବିଶେଷଙ୍କୁ ” କଳିଙ୍ଗ ଭୁମିପୁତ୍ର ସମ୍ମାନ- ୨୦୨୨” ଉପାଧି ପ୍ରଦାନ କରାଯାଇଥିଲା।
ଉକ୍ତ ସମ୍ମାନ ସଭାରେ ମୁଖ୍ୟ ଅତିଥି ଶ୍ରୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଥଲେ ଶିକ୍ଷା ଦୁଇ ବର୍ଷ ହେଲା କୋରାନା ଭୁସିଡ଼ି ଯାଇଛି। ସବୁ ପିଲା ଶିକ୍ଷା ଠାରୁ ଦୁରେଇ ଗଲେ। ଯଦି ପୁଣି ଶିକ୍ଷା ସଦୃତ ଭାବେ ପିଲା ଉଚିତ ଶିକ୍ଷା ପ୍ରଦାନ କରିପାରିବା ତେବେ ରାଜ୍ୟ ଓ ରାଷ୍ଟ୍ର ଉନ୍ନତି ପଥରେ ଆଗେଇ ପିଲାଙ୍କୁ ଏକ ଆଲୋକର ଦିଶା ଦେଖାଯିବ।
ଉକ୍ତ ସମ୍ମାନ ସଭାରେ ଶିଶୁ , ପରିବାର ଓ ମହିଳା ବିଭାଗର ଗଜପତି ଜିଲ୍ଲାର ଓଡିଶା ରାଜ୍ୟ ସଭାପତି ଡ଼ଃ ଆଲୋକ କୁମାର ବୋଷ ଓ ଗଜପତିର ଶ୍ରୀମତୀ ଲିଲି ସାହୁ ସଭାପତି (ମହିଳା) ରାୟଗଡା ଜିଲ୍ଲାର ଓଡିଶା ରାଜ୍ୟ ସମ୍ପାଦକ ଶ୍ରୀ ବିଜୟ କୁମାର ଚୌଧୁରୀ , ସାଉତ ଡିଭିଜନର ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ରାଜଗୁରୁ ମହାପାତ୍ରଙ୍କୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଦ୍ବାରା ”କଳିଙ୍ଗ ଭୂମିପୁତ୍ର ସମ୍ମାନ -୨୦୨୨ ” ମାନପତ୍ର ଓ ପୁରଷ୍କାର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।

Leave A Reply

Your email address will not be published.