ବିଷାକ୍ତ ଜନ୍ତୁ କାମୁଡା ରେ ଯୁବକର ମୃତ୍ୟୁ

0

ଭଞ୍ଜନଗର : ରାତିରେ ଖାଇପିଇ ଶୋଇଥିବା ସମୟରେ ଘର ଭିତରେ କୌଣସି ବିଷାକ୍ତ ଜନ୍ତୁ କାମୁଡ଼ିବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ବୁଢାପଦର ଗ୍ରାମର ଦ୍ବିତୀକୃଷ୍ଣ କହଁରଙ୍କ ପୁଅ ପ୍ରକାଶ କହଁର(୨୩)। ପ୍ରକାଶ ଗତକାଲି ରାତିରେ ଖାଇସାରି ଶୋଇଥିଲେ ଏହାପରେ ଭୋଇର ୪ ଟା ସମୟରେ ଗୁରୁତର ହେବା ସହ ପାଟିରୁ ଫେଣ ବାହାର କରିବା ପରେ ତାକୁ ପରିବାର ଲୋକେ ଭଞ୍ଜନଗର ମେଡିକାଲ୍ ଆଣିଥିଲେ। ରାତିରେ ତାର ଗୋଡରେ କିଛି ସାପ କିମ୍ବା କୌକଣସି ବିଷାକ୍ତ ଜନ୍ତୁ କାମୁଡ଼ିଥିବା ସେ ପରିବାର ଲୋକଙ୍କୁ କହିଥିଲା। ଡାକ୍ତରଖାନାରେ ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପରେ ପୁଲିସ୍ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କ ହସ୍ତାନ୍ତର କରିଥିବା ଜଣାପଡିଛି।

Leave A Reply

Your email address will not be published.