କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାହାଙ୍ଗା ଗସ୍ତ ପରିପ୍ରେକ୍ଷୀରେ ମାହାଙ୍ଗା ବିଜେପି ତରଫରୁ ପ୍ରସ୍ତୁତି ବୈଠକ

0

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ): ମାହାଙ୍ଗା ବ୍ଲକ ପୋଡ଼ାମରାଇ ସ୍ଥିତ ବିଜେପି କାର୍ଯ୍ୟାଳୟରେ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କ ସଂଯୋଜନାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ମେ ୩୧ ତାରିଖ ଦିନ ମାହାଙ୍ଗା ଗସ୍ତ ପରୀପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ମାହାଙ୍ଗା ଗ୍ରସ୍ତ ପରୀପ୍ରେକ୍ଷୀରେ କି କି କାର୍ଯ୍ୟକ୍ରମ ମାନ ରହିଛି ସେ ବିଷୟରେ ବିଶେଷ ଭାବେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ବିଜେପି ନେତ୍ରୀ ଯାଜ୍ଞସେନୀ ଜେନା, ମଣ୍ଡଳ ସଭାପତି ଅଶୋକ ସାହୁ, ରଞ୍ଜନ ରାଉତ, କୈଳାଶ ବେହେରା, ନିର୍ମଳ ରାଉତ, ରୁଷି କୁମାର ରାଉତ, ଭକ୍ତଚରଣ ସ୍ୱାଇଁ, ଅରୁଣ ସେଠୀ, ଜିଲ୍ଲା ପ୍ରତିନିଧି ଜିତେନ୍ଦ୍ର ଶତପଥୀ, ସରପଂଚ ମଧୁସ୍ମିତା ରାଉତ, ବିଜେପି ନେତ୍ରୀ କଲ୍ୟାଣୀ ସେଠୀ, ରଞ୍ଜିତା ବିଶ୍ୱାଳ, କନକଲତା ବେହେରା, ପ୍ରତିମା ବାରିକ, ନିର୍ମଳା ଲେଙ୍କା,ଯୁବନେତା ଦେବଦତ କର ଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତା ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ମାହାଙ୍ଗା ଅଭିମୁଖେ ଆସନ୍ତା ୩୧ ତାରିଖରେ ଗ୍ରସ୍ତକୁ ସଫଳ କରାଇବା ପାଇଁ ବିଜେପି ଶିବିରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.