ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ପୌରାଞ୍ଚଳ ରେ ଗତ କିଛି ବର୍ଷ ଧରି ଚାଲିଥିବା ମାଙ୍କଡ ଉପଦ୍ରବ କୁ ହୃଦୟଙ୍ଗମ କରି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ କରଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଶ୍ରୀ ମଗର ଧନାଜି ରାଓସେ, ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଲୁକାଶ ପ୍ରଧାନ ଓ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପୌରାଞ୍ଚଳ ରେ ଜାରୀ ରହିଥିବା ମାଙ୍କଡ ଉପଦ୍ରବ ରୋକିବା ପାଇଁ କଣ କରାଯାଇ ପାରେ ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।
ଗତ କିଛିଦିନ ମଧ୍ୟରେ ମାଙ୍କଡ ଆକ୍ରମଣ ରେ ଏକାଧିକ ବ୍ୟକ୍ତି ଗୁରୁତର ଆହାତ ହୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଉଗ୍ର ମାଙ୍କଡ ମାନଙ୍କର ଆକ୍ରମଣରେ ଜୀବନ ଯିବା ପୂର୍ବରୁ ପ୍ରଶାସନ ପକ୍ଷରୁ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା ଓ ଏସ୍ଏଚଜି ଗ୍ରୁପ ମାନଙ୍କର ସାହାଯ୍ୟ ନେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ବନ ବିଭାଗ ପକ୍ଷରୁ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି କରାଯାଇ ପ୍ରରି ୱାର୍ଡ ରେ ମାଙ୍କଡ ଉପଦ୍ରବ ରୋକିବା ପାଇଁ ସମସ୍ତେ ସଜାଗ ରହିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସୁଶାନ୍ତ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାଧନା ଦାସ, ପୌର ପରିଷଦ ନିର୍ବାହୀ ଅଧିକାରୀ ଆତସୀ ପରିଡ଼ା ଓ ଜିଲ୍ଲା ଓକିଲ ସଂଘ ସଭାପତି ସଚ୍ଚିକାନ୍ତ ଦାଶ ଙ୍କ ସମେତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.