ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ

21

 ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଦ୍ୱାରା ଅଚାନକ ଚଢ଼ାଉ ଉପରେ ଅଧ୍ୟକ୍ଷାଙ୍କ ଗୁରୁତ୍ୱାରୋପ

 ସୁବର୍ଣ୍ଣ ପୁର (ପ୍ରକାଶ ହାତୀ)ସୋନପୁର ଜିଲ୍ଲାର  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷ ଠାରେ ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ  ନିଶି ପୁନମ ମିଞ୍ଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି  l ବୈଠକ ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି, ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଗୃହକୁ ଅବଗତ କରିଥିଲେ l ଆଇନ ପରାମର୍ଶ ଦାତ୍ରୀ ଶୋଭନା ଦାଶ ଜିଲ୍ଲାରେ ଥିବା ବିଭିନ୍ନ ଅଲଟ୍ରା ସାଉଣ୍ଡ କ୍ଲିନିକ ଗୁଡିକର ସ୍ଥିତି ଓ କାର୍ଯ୍ୟକାରିତା ଉପରେ ବୈଠକରେ ଉପସ୍ଥାପନା କରିଥିଲେ l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧ ଗୋଟି ଅଲଟ୍ରା ସାଉଣ୍ଡ କ୍ଲିନିକ ରହିଥିବା ବେଳେ ତନ୍ମଧ୍ୟରୁ କେବଳ ୬ ଗୋଟି ଚାଲୁ ରହିଥିବା ସୂଚୀତ କରିଥିଲେ l ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଅଲଟ୍ରା ସାଉଣ୍ଡ କେନ୍ଦ୍ର ସ୍ଥାପନ ଉପରେ ବୈଠକରେ ଆଲୋଚନା ହୋଇଥିଲା, ଏହି ମର୍ମରେ ବିଭାଗୀୟ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଛନ୍ତି l


ପୁନଶ୍ଚ ଜିଲ୍ଲାରେ ଚାଲୁରହିଥିବା ବିଭିନ୍ନ ଅଲଟ୍ରା ସାଉଣ୍ଡ କ୍ଲିନିକ ଗୁଡିକର କାର୍ଯ୍ୟକାରିତା ଓ ପରିଚାଳନା କୁ ସୁନିଶ୍ଚିତ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ବିଭିନ୍ନ ସମୟରେ ଉଚ୍ଚ ସ୍ତରୀୟ କମିଟିର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଗୁଡିକୁ ଅଚାନକ ପରିଦର୍ଶନ ତଥା ଯାଞ୍ଚ କରିବାକୁ ଅଧ୍ୟକ୍ଷା ପରାମର୍ଶ କରିଛନ୍ତି l ଆବଶ୍ୟକ ସ୍ଥଳେ ପୋଲିସ ପ୍ରଶାସନ ର ମଧ୍ୟ ସହାୟତା ନେବାକୁ ସେ ପରାମର୍ଶ କରିଛନ୍ତି l ଏହି ବୈଠକରେ କମିଟିର ସଦସ୍ୟ /ସଦସ୍ୟା ଯଥା -ଏଡିପିଏଚଓ(ଏଫ ଡବ୍ଲୁ )ଡ଼ଃ ମଞ୍ଜୁରାଣୀ ସିଂ ଏଡିପିଏଚଓ-(ପି ଏଚ )ଡ଼ଃ ରମେଶ ସ୍ୱାଇଁ, ଡିଏମଓ -ଡ଼ଃ ପ୍ରଦୀପ କୁମାର ଗୁରୁ,ମେଡ଼ିସିନ ସ୍ପେସିଆଲିଷ୍ଟ-ଡ଼ଃ ହେମନ୍ତ ମିଶ୍ର, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ,-ଡ଼ଃ ପ୍ରକାଶ ଦଣ୍ଡସେନା, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଡ଼ଃ ଶାନ୍ତି ମଞ୍ଜରୀ ମିଶ୍ର, ଅବସର ପ୍ରାପ୍ତ ସିଡିଏମଓ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ଶ୍ରୀ ଅଟଳ ବିହାରୀ ମହାପାତ୍ର -ଅତିରିକ୍ତ ସରକାରୀ ଅଧିବକ୍ତା, ଡିପିଏମ, ଏନଏଚଏମ, -ବିଶ୍ୱମ୍ବର ବେହେରା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Leave A Reply

Your email address will not be published.