ଐତିହାସିକ ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପ୍ରସ୍ତୁତି ବୈଠକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲା ସଂସ୍କୃତ ବିଭାଗ ତରଫରୁ ଜିଲ୍ଲାପାଳ ସମ୍ମିଳିନ କକ୍ଷଠାରେ ଐତିହାସିକ ସ୍ଥାନ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲ୍ଲାର ବରିଷ୍ଠ ନାଗରିକ ତଥା ଉତ୍କଳ ହିତୈଷିଣୀ ସମାଜର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା , ମୁରଲୀଧର ପରିଚ୍ଛା ଏବଂ ରାମ ଚନ୍ଦ୍ର ପାଢ଼ୀ ଯୋଗଦେଇ ଗଜପତି ଜିଲ୍ଲାର ବିଭିନ୍ନ ପୁରାତନ ଐତିହାସିକ ସ୍ଥାନ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା।
ବିଶେଷ କରି ବୃନ୍ଦାବନ ପାଲେସ , ମହାରାଜା ପାଲେସ , ଆପନ୍ନା ପରିଚ୍ଛା ମଠ , ଅବଡାର ଧର୍ମଲିଙ୍କେଶ୍ୱର ମନ୍ଦିର , ଯୁଧିଷ୍ଠିର ମନ୍ଦିର , କୁନ୍ତୀ ମନ୍ଦିର ଏବଂ ଅଜୟଗଡ଼ ଦୁର୍ଗ ଗୁଡିକର ଓଡିଶା ପ୍ରତ୍ନ ତତ୍ତ୍ୱ ବିଭାଗକୁ ପଠାଇବା ପାଇଁ ପ୍ରସ୍ତାବ ଦିଆଗଲା ଏବଂ ଏହି ସମସ୍ତ ଐତିହାସିକ ସ୍ଥାନର ସୁରକ୍ଷା ନିମନ୍ତେ ପ୍ରସ୍ତାବ ଆଗତ କରାଗଲା। ଉକ୍ତ ବୈଠକରେ ଗଜପତି ଜିଲ୍ଲାର ସହିଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ସ୍ମୃତିତମ୍ଭ କରିବା ପାଇଁ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା , ନରସିଂହ ବ୍ରଜବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.