ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ଏକ ବାଲ୍ୟବିବାହର ସଚେତନତା ଓ ବାଲ୍ୟବିବାହ ବନ୍ଦ କରିବା ପାଇଁ ଶପଥ ପାଠ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜନସାଧାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ଏକ ବାଲ୍ୟବିବାହର ସଚେତନତା କାର୍ଯ୍ୟକ୍ରମ ନାରାୟଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତହୋଇଯାଇଅଛି।
ଗ୍ରାମ ସ୍ତରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପଞ୍ଚାୟତ ସଭ୍ୟାମାନଙ୍କୁ ନେଇ ବାଲ୍ୟବିବାହ ବନ୍ଦ କରିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମତୀ ମାଳତୀ ଦଣ୍ଡିଆ ସମସ୍ତ ସଭ୍ୟାଙ୍କୁ ସ୍ୱାଗତ ଜଣାଇ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଏକ୍ସନଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ବାଲ୍ୟବିବାହ ଦ୍ୱାରା କମ ବୟସ ପୁଅ /ଝିଅ ମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ଅନ୍ଧବିଶ୍ୱାସକୁ ଦୂର କରିବା ନିମନ୍ତେ ସରକାର ୨୦୦୬ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ ଲାଗୁ ହୋଇଛି। ଏହା ସହିତ ବାଲ୍ୟବିବାହ ହୋଇଥିବା ସ୍ଥାନ ଓ ବ୍ୟକ୍ତି ସଂମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା। ଗ୍ରାମରେ /ପରିବାରରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା , ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ଶିକାରରୁ ସୁରକ୍ଷିତ ରଖିବା ସହିତ ପିତାମାତା କିପରି ଶିଶୁସୁରକ୍ଷାକୁ ନେଇ ଦକ୍ଷତା ବୃଦ୍ଧି କରାଯାଇ ପlରିବ ଓ ଆମ ଗ୍ରାମ /ପଞ୍ଚାୟତକୁ ଏକ ଆଦର୍ଶ ରୂପେ ପରିଣତ କରିବା ସହ ସଚେତନତା ସୃଷ୍ଟି କରିବା ନିମନ୍ତେ ଶପଥପାଠ କରାଯାଇଥିଲା।
ବିଭିନ୍ନ ଗ୍ରାମରୁ ଆୟୋଜିତ କାର୍ଯ୍ୟକ୍ରମରେ ୬୫ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଇନ୍ଧୁମତୀ ଦେବୀ ପଞ୍ଚାୟତ ସାହାୟିକା ଏକ୍ସନଏଡ଼ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.