ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜ ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋସ କୁମାର ନାୟିକଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସ୍ତରୀୟ ଯୋଗ ଅଲମ୍ପିୟଡ଼ ପ୍ରତିଯୋଗିତା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳାଇ ଉଦଘାଟନ କରି ଯୋଗ ଶରୀରର ମୂଳ ମନ୍ତ୍ର ବୋଲି କହିଛନ୍ତି। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶାରୀରିକ , ମାନସିକ , ସାମାଜିକ ଓ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗ ବିଜ୍ଞାନ ଛାତ୍ର/ଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ସ୍ତରରେ ଏହିଭଳି ପ୍ରତିଯୋଗିତା ମାଧ୍ୟମରେ ସଚେତନତା କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମତୀ ମୀନାକ୍ଷୀ ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ପାଢ଼ୀ , ସଞ୍ଜୟ ପାତ୍ର ଓ ଏସ୍ .ଏଲ . ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୋଗ ମାଧ୍ୟମରେ ବିଭିନ୍ନ ଆସନ ଓ ପ୍ରଣାୟନ କରିବା ଦ୍ୱାରା ସୁସ୍ଥ ଶରୀର ଗଠନ ସମ୍ଭବ ବୋଲି କହିଥିଲେ।
ଏହି ପ୍ରତିଯୋଗିତାରେ ଜିଲ୍ଲାର ସର୍ବମୋଟ ୧୧୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ / ୧୬ ଜଣ କୃତିପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାପାଇଁ ପୁରସ୍କୃତ ହୋଇଛନ୍ତି / ସମସ୍ତ କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ସୁରେନ୍ଦ୍ର ପାତ୍ର ,କିଶୋର ସାମଲ , ତପସ୍ୱିନୀ ପଣ୍ଡା , ସନ୍ତୋଷ କୁମାର ,ଅଭିନ ବାସୁଦେବ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.