ଆଦର୍ଶ ବିଦ୍ୟାଳୟରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ଵାଗତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ଗଜପତି ଜିଲ୍ଲା ମୋହନା ବ୍ଲକର ଗୁଣ୍ଡୀମା ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖା ଯାଇଥିବା ଷଷ୍ଠ ଶ୍ରେଣୀର ୭୩ ଜଣ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ କରାଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଙ୍କା ଛଟେଇ ଦୀପ ପ୍ରଜ୍ବଳନ କରି ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିଥିଲେ। ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଚନ୍ଦନ ଲଗାଇ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଭିନ୍ନଭିନ୍ନ ଚିତ୍ର ଅଙ୍କନ କରି ମନ ମୋହିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.