ଗୁଦେରପାଲି କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ କେବେ?

0

ଗାଇସିଲେଟ: ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁ ରେ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ନିମ୍ନ ମାନର ଏକ ମାତ୍ର କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଛି। ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଗାଁ କୁ ଅଣଦେଖା କରୁଥିବା ଅଭିଯୋଗ ହୋଉଛି। ବିଗତ ବିଜେପୁର ଉପନିର୍ବାଚନ ସମୟରେ ସବୁ ଦଲ ର ନେତା ମନ୍ତ୍ରୀ ଗୁଦେରପାଲି ଗାଁ କୁ ଆସି ଏହି କାର୍ଯ୍ୟ କୁ ସମ୍ପୁର୍ଣ୍ଣ କରିବା ସହ ଦୋଷୀ ଠିକାଦାର ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ନେତା ମନ୍ତ୍ରୀ ପ୍ରତିଶୃତି ଦେଇ ଚାଲିଗଲେ କିନ୍ତୁ କିଛି ହେଲାନାହିଁ। ଏହି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅର୍ଦ୍ଧ ନିର୍ମିତ ଦୁଇ ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ର କାନ୍ଥ ଫାଟି ଆଁ କଲାଣି। କେଉଁଠି ପଲସ୍ତରା ଖସୁଛି ତ କଉଠି ଛାୟା ଝଡିଯାଉଛି।ଝରକା କବାଟ ନ ଥିବାରୁ ବୁଲା ଗାଈଗୋରୁ କୁକୁର ଅନାୟାସରେ ପ୍ରବେଶ କରୁଥିବା ବେଳେ ସଂଧ୍ୟାରେ ନିଶା ଖୋର ତଥା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲେ ଗୁଦେରପାଲି ତଥା ଆଖପାଖ ଦୁଇ ଖଣ୍ଡ ଗାଁର ଲୋକେ ଉପକୃତ ହେବେ। ଏହି ଦୁଇ ମହଲା ବିଶିଷ୍ଟ ଅର୍ଦ୍ଧ ନିର୍ମିତ ନିମ୍ନ ମାନର କଲ୍ୟାଣ ମଣ୍ଡପ ସମ୍ପୁର୍ଣ୍ଣ କରିବା ସହ ସେ ସମୟରେ ଯେଉଁ ଅଧିକାରୀ ଏବଂ ଠିକାଦାର ଏହି କାମରେ ନିୟୋଜିତ ଥିଲେ ତାର ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି।

Leave A Reply

Your email address will not be published.