ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0
ସୁବର୍ଣ୍ଣପୁର(ପ୍ରକାଶ ହତୀ) ସୋନପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ  ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲପାଳ  ଅବୋଲୀ ସୁନିଲ ନରୱଣେ ଓ  ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୨୬୯ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୫୮ ଗୋଟି ଓ ସାମୁହିକ ଦରଖାସ୍ତ ୧୧ ଗୋଟି  ଗ୍ରହଣ କରାଯାଇଛି l ଗ୍ରହଣ କରାଯାଇଥିବା ୨୬୯ ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୨୪୭ ଗୋଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୨ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l
ବି ଡି ଓ,ଉଲୁଣ୍ଡା  ହେମସାଗର ଭୋଇ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦେଶକ,ଡି.ଆର.ଡି.ଏ  ଡୋଳାମଣି ପଟେଲ,ଉପ ଜିଲ୍ଲାପାଳ, ବୀରମହାରାଜପୁର  ଅଶୋକ ଭୋଇ, ବ୍ଲକ ଅଧ୍ୟକ୍ଷ ଉଲୁଣ୍ଡା ଶାନ୍ତିଲତା ମିଶ୍ର ,ବ୍ଲକ ଉପାଧକ୍ଷ  ସଂଜୀବ ଦେହୁରୀ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l   ଜିଲ୍ଲାର ହସ୍ତତନ୍ତ ବସ୍ତ୍ର ର ଚାହିଦାକୁ ବୃଦ୍ଧି ସହ ସୁଦୂର ପ୍ରସାରି କରିବା ତଥା ଜିଲ୍ଲାରେ ଥିବା ବୁଣାକାର ଗୋଷ୍ଠୀ ଙ୍କ ଆର୍ଥିକଉନ୍ନତିରେ ସୁଧାର ଆଣିବା ଲକ୍ଷ୍ୟରେ ଜିଲ୍ଲାପ୍ରଶାସନ ର ନିଷ୍ପତ୍ତି କ୍ରମେ ଅଦ୍ୟ ଯୁଗ୍ମ ଜନଶୁଣାଣୀ ଶିବିରରେ ଯୋଗଦାନ କରିଥିବା ଅଧିକାରୀ ଓ କର୍ମଚାରୀ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ l ଏଣୁ ଏଣିକି ଜିଲ୍ଲାରେ ହେବାକୁ ଥିବା ପ୍ରତ୍ୟେକ ଯୁଗ୍ମ ଜନ ଶୁଣାଣୀ ଶିବିରରେ ଅଧିକାରୀ ତଥା କର୍ମଚାରୀ ବୃନ୍ଦ ଏହି ନିଷ୍ପତି କୁ କାର୍ଯ୍ୟକାରି କରିବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଇଛି l
Leave A Reply

Your email address will not be published.