ଭଞ୍ଜନଗର/ନିଲୁ ବିଷୋୟୀ. ଭଞ୍ଜନଗର ଅଞ୍ଚଳରେ ବିପଦର ବନ୍ଧୁ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନ ଦୀର୍ଘଦିନ ହେଲା ଗରୀବ, ଅସହାୟ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରିବା ସହ ରକ୍ତର ଆବଶ୍ୟକତା ଥିବା ବିଭିନ୍ନ ରୋଗୀଙ୍କ ପାଇଁ ରକ୍ତ ଯୋଗାଇ ଆସୁଛି।ଯାହା ଫଳରେ ବହୁ ରୋଗୀ ମୃତ୍ୟୁ ମୁଖରୁ ଉଦ୍ଧାର ହେଉଛନ୍ତି।ଏହି ସଙ୍ଗଠନର ସଦସ୍ୟ ମାନେ ଭଞ୍ଜନଗର ବ୍ୟତୀତ ବ୍ରହ୍ମପୁର, ଭୁବନେଶ୍ୱର ଓ କଟକରେ ଥିବା ରୋଗୀଙ୍କୁ ମଧ୍ୟ ସେଠାକାର ରକ୍ତଦାତାଙ୍କ ସହ ଯୋଗାଯୋଗ କରି କିଛି ସମୟ ମଧ୍ୟରେ ରକ୍ତ ଯୋଗାଡ଼ କରି ଦେଉଛନ୍ତି।ହେଲେ ଭଞ୍ଜନଗର ବ୍ଲକ ଗୋଲାପଡା ଗ୍ରାମର ଅରକ୍ଷିତ ପରିଛା ସଙ୍ଗଠନର ଜଣେ ଆଗ ଧାଡ଼ିର ସଦସ୍ୟ।ଆଜି ତାଙ୍କର ଜନ୍ମଦିନ ଅବସରରେ ସେ ସ୍ଥାନୀୟ ଅଞ୍ଚଳର ଗରୀବ ଓ ଅସହାୟ କୁନି କୁନି ପିଲାଙ୍କୁ ଶିଶୁ ଉଦ୍ୟାନ ବୁଲେଇବା ସହ ସେମାନଙ୍କ ସହ ନିଜର ଜନ୍ମଦିନ ପାଳନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ଅନ୍ୟ ସଦସ୍ୟ ଓ ବନ୍ଧୁମାନେ ଉପସ୍ଥିତ ରହି ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post