ଭଞ୍ଜନଗର /ନିଲୁ ବିଷୋୟୀ: ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ସାଧାରଣ ବୈଠକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଦଳଗତ ନିର୍ବିଶେଷରେ ଓଡିଶା ସରକାର ଙ୍କ ବିଭିନ୍ନ ଜନହିତକାରୀ ଯୋଜନା କିଭଳି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଜନସାଧାରଣ ପାଖରେ ପହଂଚି ପାରିବ ସେଥିପାଇଁ ଆନ୍ତରିକ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୫ ଟି ୱର୍ଡ ର ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ଆଲୋଚନା କରିବା ସହ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଏକ ସୁଦୃଢ ଓ ବିକଶିତ ବିଜ୍ଞାପିତ ଅଞ୍ଚଳ ପରିଷଦ ରୂପେ କିପରି ପରିଣତ ହେବ ମାନ୍ୟବର ମନ୍ତ୍ରୀ ସମସ୍ତ କାଉଁସିଲରା ସଭ୍ୟ, ସଭ୍ୟା ମାନଙ୍କୁ ଉବୋଧନ ଦେଇଥିଲେ। ଏଥିରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷା ୧୫ ଟି ୱର୍ଡ ର ସମସ୍ତ କାଉଁସିଲର ସଭ୍ୟ, ସଭ୍ୟା ମାନ୍ୟ ଗାନ୍ୟ ବ୍ୟକ୍ତି ଗଣ ଉପସ୍ଥିତ ଥିଲେ। ପରିଶେଷରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷା ,୧୫ ଟି ୱର୍ଡ ର ସମସ୍ତ କାଉଁସିଲର ତରଫରୁ ମାନ୍ୟବର ମନ୍ତ୍ରୀ ଙ୍କୁ ତାଙ୍କର ଏକ ସୁନ୍ଦର ଫୋଟ ଚିତ୍ର ଉପହାର ଦେଇ ଥିଲେ ।
Sign in
Sign in
Recover your password.
A password will be e-mailed to you.