ଚମରାଡ଼ିହି(ନିଲଜିପତ୍ରା) ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ଅନୁଷ୍ଠିତ।

0

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ଚମରାଡ଼ିହି(ନିଲଜିପତ୍ରା)ଗ୍ରାମ ରେ ଗତ ୧୮ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଅଛି।ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟ ଲୀଳା ତିନିଦିନ ବ୍ୟାପୀ ଅନୁଷ୍ଠିତ ହୋଇ୨୧ ତାରିଖ ଶନିବାର ଉତ୍ଜାପିତ ହେବ।ବାବା ବଳରାମ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି।ମହାଯଜ୍ଞ ରେ ଶତାଧିକ ଶ୍ରଦ୍ଧାଳୁ ଦୈନିକ ପୀଠ ରେ ପହଞ୍ଚି ଯଜ୍ଞ କୁଣ୍ଡ କୁ ଦର୍ଶନ କରି କୃପାଭିକ୍ଷା କରୁଛନ୍ତି।ଭକ୍ତମାନେ ନିଜ ମାନସିକ ପୂରଣ ପୂର୍ବକ ଯଜ୍ଞକୁଣ୍ଡ ନିକଟ ରେ ଭୋଗଲାଗିକରି ସୁଖଶାନ୍ତି ପାଇଁ କାମନା କରୁଛନ୍ତି।ବାହାରେ ରହୁଥିବା ସମସ୍ତ ପରିବାର ଯଜ୍ଞ ଅବସରରେ ଗ୍ରାମ ମୁହା ହୋଇଛନ୍ତି।ଗ୍ରାମ ରେ ସୁଖଶାନ୍ତି ବଜାୟ ରହିବା ସହ ବିଭିନ୍ନ ମହାମାରୀ ରୁ ନିସ୍ତାର ମିଳିବା ନେଇ ଲୋକଙ୍କ ବିଶ୍ୱାସ ରହିଛି।ଯଜ୍ଞ କମିଟି ର ସଭାପତି ଗୌତିଆ ପ୍ୟାରୀ ପଟେଲ , ସମ୍ପାଦକ ସରମାନନ୍ଦ ନାଏକ, କୋଷାଧ୍ୟକ୍ଷ ଗୋବିନ୍ଦ ନାଏକ, ସଙ୍କର ପଟେଲ, ମୁରଲୀ ପଟେଲ, ମହିତ ପଟେଲ, ମୁକ୍ତି ଭୋଇ, ଲଷ୍ମୀନାରାୟଣ ପଟେଲ, ପ୍ରେମ ପଟେଲ, କୁମାର ପଟେଲ, ମାଧବ ନାଏକ ପ୍ରମୁଖ ଙ୍କ ପରିଚାଳନା ରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି।ଆୟୋଜିତ ଅନ୍ନପ୍ରସାଦ ରେ ଲଉଡିଦରହା, ଡୁଙ୍ଗରିପାଲି, ମହଗା, ଭଇସାଦରହା, ଲୋହୋରସିଂ ଏବଂ ଆଖପାଖ ଗ୍ରାମ ରୁ ତଥା ଛତିଶଗଡ଼ ଅଞ୍ଚଳ ରୁ ଶ୍ରଦ୍ଧାଳୁ ମାନେ ଘିଅ ଦାନ କରି ନିଜର ଅଭିଳାଷ ପୂରଣ ନିମନ୍ତେ ପ୍ରାର୍ଥନା କରୁଛନ୍ତି ଏହି ଯଜ୍ଞରେ ସରପଞ୍ଚ ପଦ୍ମା ସତନାମୀ, ସମିତିସଭ୍ୟା ଜୟକୁମାରୀ ସେଠ, ନାଏବ ସରପଞ୍ଚ କିଶୋର ସାମଲ ପ୍ରମୁଖଙ୍କ ସମେତ ବହୁ ରାଜନୀତିକ ବ୍ୟକ୍ତି ଯଜ୍ଞ ରେ ଯୋଗ ଦେଇଥିବାର ଜଣାଯାଇଛି। ଏହି ତ୍ରିଦିବସିୟ ଯଜ୍ଞ କାର୍ଯ୍ୟକ୍ରମ ରେ ବାବା ବଳରାମ ଦାସ, ବାବା ଦଲଗଜନ ଦାସ, ବାବା ବିହାରିଲାଲ ଦାସ, ବାବା ରିତଲାଲ ଦାସ, ବାବା ଶୋଭାରାମ ଦାସ, ବାବା ଚନ୍ଦନ ଦାସ, ବାବା ଧନସିଂ ଦାସ, ବାବା ମହାଦେବ ଦାସ ମହିମା ପ୍ରେମି ଏହି ଯଜ୍ଞକାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ।

Leave A Reply

Your email address will not be published.