ପଦ୍ମପୁର(ଶାସକପ୍ରଶାସକ)- ମହୁଲ ଫୁଲ ଚୋରା ଚାଲାଣ ସମୟରେ ଧରିଲା ବରଗଡ଼ ଅବକାରୀ ମୋବାଇଲ ୟୁନିଟ । ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଘେଁଷ ଠରେ ଏକ ଟ୍ରକ ଯାହାର ନମ୍ବର ହେଲା OD17T2853 ରେ ମହୁଲଫୁଲ ଚୋରା ଚାଲାଣ ହେଉଥିବା ଖବର ପାଇ ବରଗଡ଼ ଅବକାରୀ ମୋବାଇଲ ୟୁନିଟର ଏକ ଟିମ ଚଢାଉ କରିଥିଲେ ଏବଂ ୧୧୪ କ୍ବିଣ୍ଟାଲ ଶୁଖିଲା ମହୁଲଫୁଲ ଓ ଟ୍ରକକୁ ଜବତ କରିବା ସହ ଡ୍ରାଇଭର ଅଶୋକ କଲେତକୁ ଅଟକ ରଖିଥିଲେ ଏବଂ ପରେ ଅଧିକ ପଚରାଉଚରା କରି ଅଶୋକ କଲେତକୁ ଛାଡିଦେଇଥିଲେ । ବିଶ୍ବସ୍ତ ସୂତ୍ରରୁ ମିଲିଥିବା ସୂଚନା ଅନୁସାରେ ଉକ୍ତ ଟ୍ରକଟି ମେଲଛାମୁଣ୍ଡା ଅଞ୍ଚଳର ଲାଇସେନ୍ସ ପ୍ରାପ୍ତ ମହୁଲଫୁଲ ବ୍ୟବସାୟୀ ମନବୋଧ ପାତ୍ରଙ୍କ । ସରକାରଙ୍କୁ ଟିକସ ଫାଙ୍କିବା ସହ ଅଧିକ ଲାଭବାନ ହେବା ପାଇଁ ମନବୋଧ ପାତ୍ର ରାତାରାତି ଏହି ମହୁଲଫୁଲ କୁ ଚୋରା ଚାଲାଣ କରୁଥିବା ଅନୁମାନ କରାଯାଉଛି । ସରକାରଙ୍କ ତରଫରୁ ତାଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି ମହୁଲଫୁଲ ଗଛ୍ଛିତ ରଖି ସରକାରଙ୍କ ନିୟମ ଅନୁସାରେ ବିକ୍ରି କରିବା ପାଇଁ ହେଲେ ଅଧିକ ଲୋଭ କରି ସରକାରଙ୍କ ଟିକସ ଫାଙ୍କି ବିଭିନ୍ନ ସମୟରେ ଚୋରା ଚାଲାଣ କରୁଥିବା ଚର୍ଚ୍ଚା ହେଉଛି । ଅବକାରୀ ବିଭାଗ ଜାଣିଶୁଣି ତଦନ୍ତ ଆଳରେ ମନବୋଧ ପାତ୍ରର ସମ୍ପୄକ୍ତି କୁ ସାମନାକୁ ଆଣୁ ନଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହାର ସଠିକ ତଦନ୍ତ କରି ସରକାରଙ୍କୁ ଟିକସ ଫାଙ୍କୁଥିବା ବ୍ୟବସାୟୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ । ଏହି ଚଢାଉରେ ଅବକାରୀ ବିଭାଗର ଇନ୍ସପେକ୍ଟର ରଶ୍ମିତା ଲାକ୍ରା, ଗୁପ୍ତେଶ୍ବର ପ୍ରଧାନ, ଯୁବରାଜ ବାଗ,ବୄନ୍ଦାବତୀ ଭୁଏ,ଶ୍ରୀକାନ୍ତ ସାହୁ,ଶାଗରିକା ବଗାର ପ୍ରମୁଖ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.