ହାଟଡିହୀ (ଶାସକ ପ୍ରଶାସକ)-ଚଳିତ ବର୍ଷ ସମାଜ ସେବା ସଂସ୍କାର ମୂଳକ କାର୍ଯ୍ୟରେ ଅତୁଳନୀୟ ଅବଦାନ ପାଇଁ ଓଡିଶାର ଅଗ୍ରଣୀ ସେବା ସଂଗଠନ ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ଡଃ ସୁରେଶ୍ୱରୀ ସାଗରିକାଙ୍କୁ ସର୍ବ ଭାରତୀୟ ଦୁର୍ନୀତି ନିବାରଣ ସଂସଦୀୟ କମିଟି,ନୂଆ ଦିଲ୍ଲୀ ଆନୁକୁଲ୍ୟରେ ଆୟୋଜିତ ଉତ୍ସବରେ ମର୍ଯ୍ୟାଦା ଜନକ “ପ୍ରାଇଡ ଇଣ୍ଡିଆନ ପାର୍ଲିଆମେଣ୍ଟ ”ଆୱାର୍ଡରେ ସମ୍ମାନୀତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି କରଣ ମନ୍ତ୍ରୀ ରାମଦାଶ ଅଠାବାଲେ,ବିଶିଷ୍ଟ ସିନେ ତାରକା ଶହବାଜ ଖାନ,ସାମାଜିକ ନ୍ୟାୟ ବିଭାଗର ସ୍ୱତନ୍ତ୍ର ସଚିବ ଡଃ ମନୀଷ ଶଙ୍କର ରାଓ ଗବାଇ,ଭାରତୀୟ ବାୟୁସେନାର ପୂର୍ବତନ ଅଧିକାରୀ ତୁଳିକା ରାଣୀ,ସାଂସଦ ଡଃ ଉମେଶ ଯାଦବ ଙ୍କ ସମେତ ଦୁର୍ନୀତି ନିବାରଣ ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ସୁରେଶ୍ୱରୀଙ୍କୁ ସମଗ୍ର ରାଜ୍ୟରୁ ବିବିନ୍ନ ସଂଗଠନ ଓ ବୁଦ୍ଧିଜିବୀ ମହଲରୁ ସୁଭେଚ୍ଛାର ସୁଅ ଛୁଟିଛି ।
Sign in
Sign in
Recover your password.
A password will be e-mailed to you.