ବରଗଡ଼-ଶାସକ ପ୍ରଶାସକ: ପାଇକମାଲ ଦୁର୍ଗାପାଲି ନୃସିଂହନାଥ ବୈଶାଖମେଳା ରେ ହାତରନ୍ଧା ମହୁଲିମଦ ବିକ୍ରି କରୁଥିବା ଜଣେ ଯୁବକ କୁ ପାଇକମାଲ ଅବକାରୀ ବିଭାଗ ଓ ବରଗଡ଼ ସ୍କ୍ୱାର୍ଡ ମିଶି ଗିରଫ କରିଛନ୍ତି।ତା ନିକଟରୁ ଏକ ବ୍ୟାଗ ରେ ୧୨ଲିଟର ମଦ ଓ କିଛି ଟଙ୍କା ଜବତ କରାଯାଇଛି।ଏ ନେଇ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ନିରଞ୍ଜନ ତାଣ୍ଡି କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅବକାରୀ ବିଭାଗ ସୁତ୍ର ରୁ ପ୍ରକାଶ ଯେ ବୈଶାଖମେଳା ଯାତ୍ରା ରେ ଗତ କାଲି ସନ୍ଧ୍ୟା ସମୟରେ ଛିଡା ହୋଇ ଏକ ବ୍ୟାଗ ରେ ୧୨ ଲିଟର ମହୁଲି ମଦ ରଖି ବିକ୍ରି କରୁଥିଲା।ଏହି ଖବର ପାଇକମାଲ ଅବକାରୀ ବିଭାଗ ର ଅଧିକାରୀ ରାଜକୁମାର ବେହେରା ଏ.ଏସ.ଆଇ ବିଜୟ କୁମାର ପାଣିଗ୍ରାହୀ,କେନାଲୁ ଭୋଇ ,ଅହଲ୍ୟା ମାଝୀ,ପ୍ରେମାନନ୍ଦ ବିଶ୍ୱାଳ ସେଠାରେ ପହଁଚି ନିରଞ୍ଜନ କୁ ଧରି ଯାଞ୍ଚ କରି ତା ଠାରୁ ବ୍ୟାଗ ରେ ଭର୍ତିକରି ରଖିଥିବା ମଦ ଓ ବାଇକ ଜବତ କରିଥିଲେ।
Sign in
Sign in
Recover your password.
A password will be e-mailed to you.