ଅସ୍ତରଙ୍ଗ,: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକଙ୍କୁ କଟକ ସ୍ଥିତ ସାରଳା ଭବନ ଠାରେ ,ଆୟୋଜିତ ସନ୍ଥ କବି ଭୀମ ଭୋଇ ସାହିତ୍ୟି ପରିଷଦ ତରଫରୁ,ରାଜ୍ୟ ସ୍ତରୀୟ ସାମ୍ବାଦିକତା ସେବା ସଂନ୍ମାନ 2022 ରେ ସମ୍ମାନିତ କରାଯାଇ ଅଛି । ଏହି ଉତ୍ସବରେ ଆଇ, ଏ,ଏସ ବିଷ୍ଣୁପଦ ସେଠି,ସଂସ୍କୃତି ନିର୍ଦ୍ଦେଶକ ରଂଜନ ଦାସ,କଟକ ମେୟର ସୁବାସ ସିଂ,ସମାଜ ସମ୍ପାଦକ ନିରଞ୍ଜନ ରଥ,କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଚଳଚିତ୍ର ନିଗମ ଅଧ୍ୟକ୍ଷ ମୁନା ତ୍ରିପାଠୀ, ବ୍ୟଙ୍ଗ କବି ଜ୍ଞାନ ହୋତା ଓ ସମ୍ପଦ ରଥ,ସାଂସଦ ଭର୍ତ୍ତୃହରି ମହତାବ , କବି ପ୍ରସନ୍ନ କୁମାର ପାଟଶାଣୀ , କବି ପ୍ରତିଭା ମହାରଥୀ ପଦ୍ମ ଶ୍ରୀ ଶ୍ୟାମାମଣି ଦେବୀ,ଆଦି ଯୋଗ ଦେଇଥିଲେ । ଓଡ଼ିଶାର ଏହା ଏକ ଐତିହାସିକ ମଞ୍ଚ ଥିଲା । ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏକ ହଜାରରୁ ଉର୍ଦ୍ଧ ବ୍ୟକ୍ତି ଯୋଗ ଦେଇଥିଲା ବେଳେ, ଭିଭିର୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବରିଷ୍ଠ ସାମ୍ବାଦିକ ଦୁଃଶାସନ ନୟକ ଙ୍କ ସମେତ,୩୬୩ ଜଣ ପ୍ରତିଭା ବାନ ବ୍ୟକ୍ତିଙ୍କୁ ସମ୍ବରର୍ଦ୍ଧିତ କରାଯାଇଥିଲା ।ପ୍ରାରମ୍ଭରେ ,ମହିମାଧର୍ମା ବ ଲମ୍ବି ସାଧୁସନ୍ଥ ଙ୍କ ଦ୍ଵାରା ଅଖଣ୍ଡ ବତୀ ପ୍ରଯୋଳନ ପରେ, ଭୀମଭୋଇ ଙ୍କର ଭଜନ ଗାନ କରାଯାଇଥିଲା । ଏହିଭଳି ଏକ ମହତ କାର୍ଯ୍ୟକ୍ରମ କୁ, ଅନୁଷ୍ଠାନର ସମ୍ପାଦକ ତଥା ରାଜ୍ୟ ଅର୍ଥ ବିଭାଗର ବରିଷ୍ଠ ଅଧକାରୀ ସଂଗ୍ରାମ କେଶରୀ ସାମନ୍ତରାୟ , ପରିଚାଳନା କରିଥିଲା ବେଳେ, ସଭାପତିତ୍ୱ କରି ଥିଲେ, ଅନୁଷ୍ଠାନର ସଭାନେତ୍ରୀ ଗାୟତ୍ରୀ ସିଂ । କବିତା ନନ୍ଦ, ସଂଗ୍ରାମ କେଶରୀ ମହାପାତ୍ର,ଶୋଭାକର ବେହେରା, ସରୋଜିନି ରଥ, ସମ୍ପଦ ବେହେରା,ଆଦି ବହୁ କବି କବୟିତ୍ରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.