କବି ପ୍ରେମାନନ୍ଦ ବେହେରାଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ

0

ପଦ୍ମପୁର: କଟକସ୍ଥିତ ସାରଳା ଭବନଠାରେ ତା.୧୫.୦୫.୨୦୨୨ରିଖ ରବିବାର ଦିନ ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ, ଅନୁଗୋଳ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ବରଗଡ଼ ଜିଲ୍ଲା ପଦ୍ମପୁରର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କୁ “ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ-୨୦୨୨” ସମ୍ମାନରେ ସମ୍ମାନୀତ କରାଯାଇଛି । ଶାରୀରିକ ଅସୁସ୍ଥତା କାରଣରୁ ଶ୍ରୀଯୁକ୍ତ ବେହେରାଙ୍କ ଅନୁପସ୍ଥିତିରେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମେହେର ମାନପତ୍ର ଓ ଉପଢୌକନ ଗ୍ରହଣ କରିଥିଲେ । ଏହି ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଥିବାରୁ ଶ୍ରୀଯୁକ୍ତ ବେହେରା ଅନୁଷ୍ଠାନର ରାଜ୍ୟ ସଭାପତି ଶ୍ରୀମତୀ ଗାୟତ୍ରୀ ସିଂ ଓ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୂର୍ବରୁ ଶ୍ରୀ ପ୍ରେମାନନ୍ଦ ବେହେରା, ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ବରଗଡ଼ ଜିଲ୍ଲାରୁ ‘ଦୟାନିଧି ମିଶ୍ର ସ୍ମୃତି ସାହିତ୍ୟ ସମ୍ମାନ’, ମାଲକାନଗିରି ଜିଲାରୁ ‘ମାଲ୍ୟବନ୍ତଶ୍ରୀ ସମ୍ମାନ’, କୋରାପୁଟ ଜିଲ୍ଲାରୁ ‘ମାଟିଲଗ୍ନାଶ୍ରୀ ସମ୍ମାନ’, ପୁରୀ ଜିଲ୍ଲାରୁ ‘ମାନସିଂହ ସ୍ମୃତି ସମ୍ମାନ’, ଗଞ୍ଜାମ ଜିଲ୍ଲାରୁ ‘ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନ’, ବାଲେଶ୍ବର ଜିଲ୍ଲାରୁ ‘ପଶ୍ଚିମାଞ୍ଚଳ ସାହିତ୍ୟ ଜ୍ୟୋତି’ ଆଦି ବହୁ ସମ୍ମାନରେ ସମ୍ମାନୀତ ହୋଇସାରିଛନ୍ତି ।

Leave A Reply

Your email address will not be published.