ଢେ଼ଙ୍କାନାଳ ଏବଂ ଅନୁଗୁଳ ଠାରେ ଇନ୍ଦିରା ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

0

ଭୁବନେଶ୍ୱର ତା ୦୧.୧୧- ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଇନ୍ଦିରା ଜ୍ୟୋତି ଯାତ୍ରାର ଦ୍ୱିତୀୟ ଦିବସରେ ଇନ୍ଦିରା ଜ୍ୟୋତିକୁ ଆଜି ଢେ଼ଙ୍କାନାଳ ସହରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଢେ଼ଙ୍କାନାଳ ଜିଲା କଂଗ୍ରେସ କମିଟି ଇନ୍ଦିରା ଜ୍ୟୋତିକୁ ଏକ ଶୋଭାଯାତ୍ରାରେ ବାଇପାସ ସ୍ୱାଗତକରି ଢେ଼ଙ୍କାନାଳ ସହର ପରିକ୍ରମ କରାଇ ବାଜିରାଉତ, ଇନ୍ଦିରା ଗାନ୍ଧୀ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଜିଚୌକ ଛକଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେଉରିଆ, ଶାନ୍ତନୁ ସାହୁ, ମମତାଞ୍ଜଳି ବେହେରା, ସୁବାଶିନୀ ମହାକୁଡ଼ୁ, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, କୈଳାସ ସାହୁ, ତରୁଣ ମିଶ୍ର, ସାରଦା ପ୍ରଧାନ ଏବଂ ପ୍ରକାଶ କହଁର ପ୍ରମୁଖ ଯୋଗଦେଇଥିଲେ । ସେହିପରି ଅନୁଗୁଳ ଠାରେ ଇନ୍ଦିରା ଜ୍ୟୋତିକୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ସ୍ୱାଗତ କରାଯାଇଛି । ଉତ୍ସାହର ସହ ମହିଳାମାନେ ଇନ୍ଦିରା ଜ୍ୟୋତିକୁ ବନ୍ଦାପନା କରିଥିଲେ । ଆଜି ରାତିରେ ଇନ୍ଦିରା ଜ୍ୟୋତି ରଥ ଦେବଗଡ଼ ଠାରେ ରହଣୀର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.