ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ

0

 

ବଲାଙ୍ଗିର-ତା.୩୧.୧୦.୧୭- ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଟୁମଡୋଲା ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାର ପ୍ରସ୍ତୁତି ବୈଠକ ବ୍ଲକ ଆବାହକ ନବୀନ କିଶୋର ନନ୍ଦ ଙ୍କ ସଭାପତିତ୍ୱରେ ଅନୁÂିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ବ୍ଲକ ସଂଯୋଜକ କିଶୋର ହନୁମାନ ଉଦେ୍ଧଶ୍ୟ ଜ୍ଞାପନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସାଙ୍ଗଠନିକ ସମ୍ପାଦକ ଆଶୁତୋଷ ଦାଶ ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ଏହି ବୈଠକରେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ସରୋଜିନୀ ବୁଡେକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ଗ୍ରାମ୍ୟ ଶାନ୍ତି କମିଟୀର ସମ୍ପାଦକ ବିକାଶ ରଂଜନ ରଥ,ଏସ.ଏମ.ଡି.ସି ର ସଭ୍ୟା ଦମୟନ୍ତୀ ବାରିକ, ସୁବର୍ଣ୍ଣ ଦୀପ ଉପସ୍ଥିତ ରହି ନିଜସ୍ୱ ମତାମତ ଦେଇଥିଲେ । ସି.ଆର.ସି.ସି. ମହାଦେବ ମେଶ୍ୱା, ପ୍ରମୋଦ ପଧାନ, ବିଷ୍ଣୁ ଚରଣ ସାହୁ, ଲମ୍ବୋଦର ପୃଷ୍ଟି, ଗଣେଷ ବେହେରା, ରାଜ କୁମାର ବରାଡ, ମୁସ୍ତଫା ଅଲ୍ଲୀ, ଉପସ୍ଥିତ ରହି ବିଜ୍ଞାନ ମେଳାର କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ । ଏହି ମେଳାକୁ ସଫଳ କରିବାପାଇଁ ଗାଁର ସମସ୍ତ ଗ୍ରାମବାସୀ, ବୁଦ୍ଧିଜିବୀ, ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ କାମନା କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପରିତୋଷ ଉଦଗାତା ଓ ଧନ୍ୟବାଦ ଦେଇଥିଲେ ସୁନୀଲ କୁମାର ପାତ୍ର ।

Leave A Reply

Your email address will not be published.