ବରଗଡ଼-ଶାସକ ପ୍ରଶାସକ:ବରଗଡ଼ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଲକ୍ଷାଧିକ ଯାତ୍ରୀଙ୍କ ସମାବେଶ ରେ ନୃସିଂହ ଚତୁର୍ଦ୍ଦଶୀ ମେଳା ପାଇକମାଲ ସ୍ଥିତ ନୃସିଂହନାଥ ରେ ପ୍ରତିବର୍ଷ ବୈଶାଖ ମାସ ରେ ପାଳିତ ହୁଏ ତାକୁ ଦୃଷ୍ଟି ରେ ରଖି ପାଇକମାଲ ଅବକାରୀ ଥାନା ଅଞ୍ଚଳରେ ବେଆଇନ ରନ୍ଧାମଦ କାରବାର ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କୁ ତ୍ୱରାନ୍ୱିତ କରାଯାଇଛି।ପାଇକମାଲ ଅବକାରୀ ଅଧିକାରୀ ରାଜକୁମାର ବେହେରା ଙ୍କ ନେତୃତ୍ୱରେ ପାଇକମାଲ ବ୍ଲକ ଖଳାବାହାଲ ବୋଡାସମ୍ବର ଗ୍ରାମ ରେ ଚଢ଼ଉ କରିଥିଲେ।ଗାଁ ନିକଟ ପାହାଡ ଘେରା ଜଙ୍ଗଲ ରୁ ବିପୁଳ ମାତ୍ରାରେ ଦେଶୀ ରନ୍ଧା ମଦ ସହ ମହୁଲ ପୋଚ ଜବତ କରି ନଷ୍ଟ କରିଛନ୍ତି।୭୫୦ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ,୧୦୪ଲିଟର ରନ୍ଧା ଦେଶୀ ମଦ କୁ ଘଟଣା ସ୍ଥଳରେ ନଷ୍ଟ କରିଦେଇଥିଲେ।ଏଥି ସହ ଡ୍ରମ ଓ ମଦ ରନ୍ଧା ବ୍ୟବହୃତ ଗଞ୍ଜ ଏବଂ ସାଇକେଲ ଅଭିଯୁକ୍ତକୁ ଗାଡି ରେ ଲଦି ଅବକାରୀ କାର୍ଯ୍ୟାଳୟ କୁ ଆଣିଥିଲେ।ଏପରି ଚଢ଼ଉ ଜାରି ରହିବ ବୋଲି ବିଭାଗ ତରଫ ରୁ ସୂଚନା ମିଳିଛି।ଏହି ଚୋରା ମଦ ନେଇ ଆଖପାଖ ଗାଁ ରେ ବିକ୍ରି ହୋଇଥାନ୍ତା।ବିପୁଳ ପରିମାଣର ମଦ ଏବଂ ମହୁଲ ପୋଚ ଲୋକ ଲୋଚନକୁ ଏବଂ ଆଗକୁ ନୃସିଂହନାଥ ମେଳା ଥିବାରୁ ଅପ୍ରୀତିକର ଘଟଣା ରୁ ବଞ୍ଚିତ ହେଲାବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।ପାଇକମାଲ ଅବକାରୀ ଅଧିକାରି ରାଜକୁମାର ବେହେରା,ଏ.ଏସ.ଆଇ ବିଜୟ କୁମାର ପାଣିଗ୍ରାହୀ, କନେଷ୍ଟବଳ କେନାଲୁ ଭୋଇ ଅହଲ୍ୟା ମାଝୀ ଏବଂ ପ୍ରେମାନନ୍ଦ ବିଶ୍ୱାଳ ପ୍ରମୁଖ ଏହି ଚଢ଼ଉ ରେ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post