ଭୁବନେଶ୍ୱର : ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ସମ ଅଲ୍ଟିମେଟ ମେଡିକେୟାରର ବିଶେଷଜ୍ଞମାନେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ।
ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଭାରତର ପ୍ରଥମ ମହିଳା ବିଜିନେସ୍ ମେଳା-୨୦୨୨ର ଉଦ୍ଯାପନୀ ଦିବସରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନାରେ ମତ ରଖିଥିଲେ ସମ ଅଲ୍ଟିମେଟ ମେଡିକେୟାରର କ୍ୟାନସର ବିଶେଷଜ୍ଞ ତଥା ସିନିୟର କନସଲ୍ଟାଂଟ (ରେଡିଏସନ ଅଙ୍କୋଲୋଜି) ଡାକ୍ତର ଚିର ରଂଜନ ଖାଡଙ୍ଗା, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଏବଂ କ୍ଲିନିକାଲ ନ୍ୟୁଟ୍ରିସନିଷ୍ଟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା । ଭାରତରେ ବର୍ତମାନ ସ୍ତନ କର୍କଟ ସମସ୍ୟା ବହୁଳ ଭାବରେ ଦେଖାଯାଉଥିବା ବେଳେ ଶୀଘ୍ର ଚିକିତ୍ସା ଦ୍ୱାରା ଏଥିରୁ କିଭଳି ରୋଗୀ ଆରୋଗ୍ୟ ହୋଇପାରିବେ ସେ ନେଇ ଡାକ୍ତର ଖାଡଙ୍ଗା ମତ ରଖି ଲକ୍ଷଣ ଜାଣିବା ମାତ୍ରେ ଡାକ୍ତରୀ ପରାମର୍ଶ ସହ ସେଲ୍ଫ ଟେଷ୍ଟ କରିବା ଜରୁରୀ ବୋଲି କହିଥିଲେ ।
ସେହିପରି ୩୫ ବର୍ଷ ପରେ ଗର୍ଭଧାରଣ କଲେ ମହିଳାମାନଙ୍କ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖାଯାଉଥିବା କହିଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର । କେବଳ ବୟସ ନୁହେଁ ସଠିକ୍ ସମୟରେ ଖାଦ୍ୟ ଖାଇବା ଓ ଚିନ୍ତା ମୁକ୍ତ ରହିବା ଜରୁରୀ ।
ସେହିପରି ସୁସ୍ଥ ଜୀବନ ଶୈଳୀ ନିମନ୍ତେ ଖାଦ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ୍ । ଘରର ସବୁ ଦାୟିତ୍ୱ ସହ ଜଣେ ମହିଳା ନିଜ ପ୍ରତି ଅବହେଳା ପ୍ରଦର୍ଶନ କରିବା ଅନୁଚିତ୍ । ନଚେତ୍ ବିଭିନ୍ନ ପ୍ରକାର ରୋଗ ହେବା ସହ ଆମ ଦୈନନ୍ଦିନ କାର୍ଯ୍ୟଶୈଳୀ ଉପରେ ପ୍ରଭାବ ପଡିପାରେ ବୋଲି ସିନିୟର କ୍ଲିନିକାଲ ନ୍ୟୁଟ୍ରିସନିଷ୍ଟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା କହିଛନ୍ତି ।
ତେବେ ମହିଳାଙ୍କ କ୍ଷେତ୍ରରେ ଯେ କୌଣସି ସମସ୍ୟ।। ଦେଖାଯାଉଥିଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ । ଏଥିପାଇଁ ସମ ଅଲ୍ଟିମେଟ ମେଡିକେୟାର ସ୍ୱତନ୍ତ୍ର ସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ତିନି ଜଣ ବିଶେଷଜ୍ଞ ପ୍ରକାଶ କରିଛନ୍ତି ।
ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ ଏଂଟରପ୍ରିନ୍ୟୁରସିପ୍ କାଉନ୍ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା ଗତ ମେ ୪ ତାରିଖରେ ଆରମ୍ଭ ହୋଇଥିଲା ।
ଏହି ଅବସରରେ ସମ୍ମମ ର ତିନି ଜଣ ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.