ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ

0

ସୁବର୍ଣ୍ଣପୁର(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ଡି. ଆର.ଡି.ଏ ସମ୍ଭିଲନି କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାପାଲ ଶ୍ରୀମତୀ ଅବୋଲି ସୁନିଲ ନରୱାଣେ ଓ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ଜନୀତ ୩୨ ଗୋଟି ପାଞ୍ଚିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କଲେ। ତନନ୍ଧ୍ୟ ରେ ବ୍ୟକ୍ତିଗତ ଦରଖାସ୍ତ ୨୯ ଗୋଟି,ସାମୁହିକ ଦରଖାସ୍ତ ୧ ଗୋଟି ରହିଥିବା ବେଳେ ୧ ଗୋଟି ଦରଖାସ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସାହାଯ୍ୟ ନିମନ୍ତେ ଗର କରାଯାଇଛି। ଗ୍ରହଣ କରାଯାଇଥିବା ୩୨ ଟି ଦରଖାସ୍ତ ମଧ୍ୟରୁ ଶିବିର ରେ ବିଭିନ୍ନ ମାମଲା ର ୦୭ ଗୋଟି ଅଭିଯୋଗ ଦରଖାସ୍ତ ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ ୨୫ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଦିଷ୍ଟ ସମୟ ରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି।

ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସୂର୍ଯ୍ୟ ନାରାୟଣ ଦାସ ପି ଡି ଡ଼ି ଆର ଡ଼ି ଏ ଡୋଳମଣୀ ପଟେଲ, ଉପ-ଜିଲ୍ଲାପାଳ ସୋନପୁର ନିହାର ରଂଜନ କୁଅଁର, ଡି ଏମ୍ ଓ-ଏମ୍-ଏସ୍-ଡ଼ଃ ପ୍ରଦୀପ କୁମାର ଗୁରୁ ଆର ଡବ୍ଲ୍ୟୁ ଏସ୍ ଏସ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ ଆର ଡି ଡି.ଇ.ଓ ଲକ୍ଷ୍ମଣ ଭୋଇ,ସୋନପୁର ବ୍ଲକ ଅଧକ୍ଷକ ଶ୍ରୀ ପ୍ରହଲ୍ଲାଦ ନାୟକ ବିଡ଼ିଓ ସୋନପୁର ସୌମ୍ୟ ରଂଜନ ସ୍ଵାଇଁ, ନିର୍ବାହୀ ଅଧିକାରୀ ସୋନପୁର ମୁନିସିପଲଟି ସୂର୍ଯ୍ୟାନସୁ ରୁତ୍,ବିଭିନ୍ନ ଜିଲ୍ଲା ସ୍ତରୀୟ କର୍ମଚାରୀ,ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।

Leave A Reply

Your email address will not be published.