ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ସଂଗଠନ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଵିଶ୍ୱ ରେଡ୍ କ୍ରସ୍ ଦିଵସ ପାଳିତ ହୋଇଯାଇଛି l ପ୍ରଥମେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର ସାରଜିନ ହେନେରି ଡୁନାଣ୍ଟ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ତଥା ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ କାର୍ଯ୍ୟକ୍ରମ ଙ୍କୁ ଶୁଭାରମ୍ଭ କରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ YRC ସଂଗଠନ ର ଶ୍ରୀ ଗୋପାଳ ମିଶ୍ର ,ଶ୍ରୀ ଶରତ ଚନ୍ଦ୍ର ବାରିକ,ନିରଞ୍ଜନ ମହାନ୍ତି ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ବିଜୟ କୁମାର ସ୍ବାଇଁ,ବିସ୍ୱମ୍ଭର ମଲ୍ଲିକ୍ ,ପ୍ରଣପ କୁମାର ବେହେରା,ଧର୍ମେନ୍ଦ୍ର ଦାସ, ଶାରୀରିକ ଶିକ୍ଷା ପରିଦର୍ଶକ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ପାଲ,ନାରାୟଣ ଚନ୍ଦ୍ର ବାରିକ ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜୀବନ କୁମାର ସାହୁ, ହିମାଂଶୁ ମହାନ୍ତି,ବିଜୟ କୁମାର ମହାପାତ୍ର ,ଅଭୟ କୁମାର ଦାସ, ବରଦା ପ୍ରସନ୍ନ ରାମ ,ପ୍ରଣପ ରାଉତ ରାୟ,ରମେଶ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ l ସଭାରେ ଚନ୍ଦନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ଶ୍ରୀ ତ୍ରିଲୋଚନ ସାହୁ ଧନ୍ୟଵାଦ ପ୍ରଦାନ କରିଥିଲେ lଏହା ପରେ ସଂଗଠନ ତରଫରୁ ଜଳଛତ୍ର କାର୍ଯ୍ୟକ୍ରମ କରଯାଇଥିଲା l ତତ୍ ସହିତ ସଂଗଠନର ଜଗତସିଂହପୁର ମଣ୍ଡଳ ସଂଗଠନ ତରଫରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଦେଢ଼ସର ଦେଉଳି ଠାରେ ଶ୍ରୀ ଵିଶ୍ୱମ୍ଭର ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଵିଶ୍ୱ ରେଡ୍ କ୍ରସ୍ ଦିଵସ ପାଳିତ ହୋଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜୁନିୟର ରେଡ୍ କ୍ରସ୍ ପରାମର୍ଶ ଦାତା ଚନ୍ଦନ ବେହେରା ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post