ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡରେ ରେଡ୍କ୍ରସ ଶାଖାର ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି ଜିଲ୍ଲା ରକ୍ତ ଭଣ୍ଡାରରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଉଦଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚକିତ୍ସ। ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ, ଅତିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭି.ଏଲ.ଏନ ରାଜୁ, ଡାକ୍ତର ମାଜିଦ, ଡାକ୍ତର ବରଦା କାନ୍ତ ମିଶ୍ର, ଜରୁରୀ କାଳିନ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ପ୍ରଧାନ, ଡିପିଏମ ଶ୍ରୀ ରାଜେଶ ପଟନାୟକ ଆଦି ଉପସ୍ଥିତି ଥିଲେ l ଏହି ରକ୍ତଦାନ ଶିବିରରେ ମୋଟ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲl l ଶିବିରକୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀ ମିଶ୍ର ସ୍ବେଛାସେବୀଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଅଭାଵ ଦୂର କରିବା ଓ ରକ୍ତ ଅଭାବ ଯୋଗୁ ଯେପରି ଅସୁବିଧାରେ ନପଡନ୍ତି ସେଥି ନିମନ୍ତେ ନିୟମିତ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତ ସଂଗ୍ରହ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Next Post