ତେଲ୍ ଟ୍ୟାଙ୍କର-ସ୍କୁଟି ମୁହାଁମୁହିଁ , ଜଣେ ମୃତ ,ଜଣେ ଗୁରୁତର

0

କନ୍ଧମାଳ,(ଗଗନ କୁମାର ପ୍ରଧାନ)  ରବିବାର  ସଂନ୍ଧ୍ୟା ପ୍ରାୟ ୮ଟା ସମୟରେ କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ଥିବା ମକାବାଲି ଛକ ନିକଟରେ ଏକ ପେଟୋ୍ରଲ ଟ୍ୟାଙ୍କର ସହ ଗୋଟିଏ ସ୍କୁଟିର ଧକ୍କା ହେବା ଫଳରେ ଜଣକର ମୃତୁୃ୍ୟ ଘଟଣା ସ୍ଥଳରେ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି  । ମୃତକ ଜଣକ ହେଲେ ବାଲିଗୁଡା ନୁଆସାହିର ଗୋବିନ୍ଦ ବଳିଆରସିଂ । ଆହତ ସୁକାନ୍ତ ସାମଲ ବର୍ତମାନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । 

ଘଟଣା ଅନୁସାରେ ରାଇକିଆରୁ ଏକ ପେଟୋ୍ରଲ ଟ୍ୟାଙ୍କର ବାଲିଗୁଡା ଅଭିମୁଖେ ଯାଉ ଥିବାବେଳେ  ବାଲିଗୁଡା ପଟରୁ ସ୍କୁଟିରେ ବାଲିଗୁଡା ନୁଆସାହିର ଗୋବିନ୍ଦ  ଓ କଟକ ଜିଲ୍ଲା ସାଲେପୁର ଅଂଚଳର ସୁକାନ୍ତ ସାମଲ(ମାନସ) ଆସୁଥିଲେ  । ସାମନା ପଟୁ ଏହୀ ଦୁଇଗାଡି ମୁହାଁମୁହିଁ ହୋଇଥିଲେ  ।  ଗୋବନ୍ଦ ଓ ସୁକାନ୍ତ ଗାଡିରୁ ଛିଟିକି ପଡିଥିଲେ  । ଘଟଣାସ୍ଥଳରେ ଗୋବିନ୍ଦଙ୍କ ମୃତୁ୍ୟ ଘଟିଥିବୀ ବେଳେ ସୁକାନ୍ତ ଗୁରୁତର ଭାବେ ଆହତ ହୋଇଥିଲେ  । ଦମଗଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ସୁକାନ୍ତଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ  ।  ପରେ  ତାଙ୍କର ଅବସ୍ଥା ଆହୁରି ଗୁରୁତର ହେବାରୁୁ ସୁକାନ୍ତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା  । 

 

Leave A Reply

Your email address will not be published.