ପ୍ରଥମ ଜିଲ୍ଲା ଉନ୍ନୟନ ଏବଂ ପରିଚାଳନା କମିଟି (ଦିଶା)ବୈଠକ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ପ୍ରଥମ ଜଗତସିଂହପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ (ଦିଶା)ଅନୁଷ୍ଠିତ ହୋଇଯାଇଅଛି l ଏହି ଵୈଠକରେ ଅଧ୍ୟକ୍ଷତା କରି ଦିଶା କମିଟି ଅଧ୍ୟକ୍ଷା ଜଗତସିଂହପୁର ସଂସଦ ଡା.ରାଜଶ୍ରୀ ମଲ୍ଲିକ୍ ଜିଲ୍ଲାରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ lକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତଙ୍କ ର ଯୋଜନା ଯାହା ଅଧୁରା ରହିଛି କିମ୍ବା କାର୍ଯ୍ୟାନ୍ବୟରେ ସମସ୍ୟା ରହୁଛି ତାହାକୁ ସମସ୍ତେ ମିଳିମିଶି ଜନ ସେବାରେ ଲଗାଇ ପାରିବା lଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ସମସ୍ତ ଯୋଜନାର ଅଗ୍ରଗତି କୁ ତ୍ୱରାନ୍ୱିତ କରିପାରିବା l ଏହି ଵୈଠକରେ ରାଜ୍ୟ ଜଳ ସମ୍ପଦ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ କେତେକ ଅଞ୍ଚଳରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ଫାଟି ଗଲାଣି ,ତାର ପୁନହ ନିର୍ମାଣ ,ମରାମତି ନିମନ୍ତେ ପଦକ୍ଷେପ ଗ୍ରହଣ କରିବା କୁ ଅଧିକ୍ଷଣ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଙ୍କୁ ପରାମର୍ଶ ଦେଇଥିଲେ l ଏରସମା ବ୍ଲକ୍ ବାମ ଦେଇପୁର ଠାରେ ପାନୀୟ ଜଳ ପ୍ରକଳ୍ପ ପାଇପ ଫାଟି ପାନୀୟ ଜଳ ନଷ୍ଟ ହୋଇଛି ,ଏହାର ତୁରନ୍ତ ମରାମତି ଆବଶ୍ୟକ l ପ୍ରତ୍ୟେକ ବ୍ଲକ୍ ରେ କେତେ ଫାର୍ମପଂଣ୍ଡ ହୋଇଛି ଏବଂ କେତେ ବୃକ୍ଷ ରୋପଣ ହୋଇଛି l ସଂପୃକ୍ତ ବ୍ଲକ୍ ର ଅଧ୍ୟକ୍ଷ ମାନଙ୍କୁ ସାଙ୍ଗରେ ନେଇ ସେ ସବୁର ରିପୋର୍ଟ ଦେବାକୁ ସରକାରୀ ନିର୍ଦେଶକ ମୃତ୍ତିକା ସଂରକ୍ଷଣ ଙ୍କୁ ନିର୍ଦେଶ ଦେଇଥିଲେ l ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଵୈଠକରେ ଯୋଗଦେଇ କହିଲେ ଉଦ୍ୟାନ ଵିଭାଗ ଓ ମୃତ୍ତିକା ସଂରକ୍ଷଣ ଵିଭାଗ ଦ୍ୱାରା ଜିଲ୍ଲାରେ ଫାର୍ମ ପଣ୍ଡ ,ପ୍ଲାଣ୍ଟେସନ ସମ୍ପର୍କରେ ତଥ୍ୟ ପ୍ରସ୍ତୁତ କରି ପ୍ରକଳ୍ପ ନିର୍ଦେଶକ ଙ୍କୁ ପ୍ରଦାନ କରିବାକୁ ସଂପୃକ୍ତ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ l ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ଅର୍ଥୋ ପେଡିକ ବିଶେଷଜ୍ଞ ଙ୍କୁ କଟକରୁ ଆଣି ସାମିଲ କରାଇଲେ ଭିନ୍ନ କ୍ଷମ ପ୍ରମାଣ ପତ୍ର ସୁବିଧାରେ ମିଳି ପାରିବ l ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଯୋଗଦେଇ କହିଲେ ସରକାରଙ୍କ ବିଭିନ୍ନ ଯୋଜନା କିପରି ଠିକ ସମୟରେ ସମ୍ପୂର୍ଣ ହେଵ l ପ୍ରଧାନ ମନ୍ତ୍ରୀ ସଡକ ଯୋଜନାର ରାସ୍ତା ମରାମତି ନିମନ୍ତେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ l

ଦିଶା କମିଟି ର ସେକ୍ରେଟାରୀ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାୱରୀ ଯୋଗଦେଇ କହିଲେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ସରକାରଙ୍କ ଜନ କଲ୍ୟାଣ ଯୋଜନା ପ୍ରୋଗ୍ରାମ ଜିଲ୍ଲାର ଉନ୍ନୟନ ପ୍ରଗତି ଦିଗରେ ଅଧିକାରୀ ମାନେ କିପରି କାମ କରୁଛନ୍ତି l ତାହାକୁ ଦିଶା କମିଟି ସଦସ୍ୟ ମାନେ ସମୀକ୍ଷା କରନ୍ତି l ଆମ ଜିଲ୍ଲାରେ ପ୍ରଥମ ଥର ପାଇଁ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଥିବାରୁ ସେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l ଜିଲ୍ଲାର ଵରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ପ୍ରକଳ୍ପ ନିର୍ଦେଶକ ,ଉପଜିଲ୍ଲାପାଳ ମାନେ ବ୍ଲକ୍ ସ୍ତରୀୟ ଉନ୍ନୟନ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ମାସକୁ ଦୁଇଥର ସମସ୍ୟା କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ l ଜିଲ୍ଲା ସ୍ତରୀୟ ଅଧିକାରୀ କ୍ଷେତ୍ରିୟ ଅଧିକାରୀ ମାନେ ଉନ୍ନୟନ କାର୍ଯ୍ୟର ଫୋଟୋଗ୍ରାଫ ଓ ରିଜୁଆଲ ଗୁଡ଼ିକ ପାୱାର ପଏଣ୍ଟ ମାଧ୍ୟମରେ ପରବର୍ତ୍ତୀ ସମିକ୍ଷା ଵୈଠକରେ ପ୍ରଦର୍ଶନ କରିବାକୁ ନିର୍ଦେଶ ଦେଇଥିଲେ l ଏହି ଵୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ,ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ,ପ୍ରଧାନମନ୍ତ୍ରୀ କୃଷି ସଂଚାର ଯୋଜନା,ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା,ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ,ଜାତୀୟ ସ୍ବାସ୍ଥ୍ୟ ମିଶନ ,ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ,ସମନ୍ୱୟ ଶିଶୁ ବିକାଶ ଯୋଜନା ,ସ୍ୱଚ୍ଛ ଭାରତ ମିଶନ ,ଜାତୀୟ ଗ୍ରାମାଞ୍ଚଳ ପାନୀୟ ଜଳ କାର୍ଯ୍ୟକ୍ରମ ,ଦିନ ଦାୟର ଯୋଜନା,ଦିନ ଦାୟର ଉପାଧ୍ୟାୟ ,ସମ୍ପର୍କରେ ଜନ ସାଧାରଣ ଙ୍କୁ ବ୍ୟାପକ ସଚେତନତା କରିଵା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ lବିଧବା ଭତ୍ତା,ଭିନ୍ନ କ୍ଷମ ଭତ୍ତା,ପ୍ରଦାନ ଉପରେ ଗୁରୁତ୍ତା ରୋପ କରିଥିଲେ lପ୍ରକଳ୍ପ ନିର୍ଦେଶକ ଡି.ଆର୍.ଡି.ଏ ଶ୍ରୀ ରୁଦ୍ର ନାରାୟଣ ଦାସ ବୈଠକ ପରିଚାଳନା କରିବା ସହିତ ଶେଷରେ ଧନ୍ୟଵାଦ କରିଥିଲେ l

Leave A Reply

Your email address will not be published.