ଜଗତସଂହପୁର/ସୁମନ୍ତ କୁମାର ଦାସ- ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ଆଜି ଅଖି ମୁଠି ଅନୁକୂଳ ଅନୁଷ୍ଠିତ ହୋଇଛି । ସକାଳୁ କୃଷକ ମାନେ ସୁସଜିତ ଗଉଣୀ ରେ ଚନ୍ଦନ ହଳଦୀ ବୋଳା ବିହନ ଆଣି କ୍ଷେତକୁ ଆସିବା ସହ ପ୍ରଥମେ ଭୂମି ପୂଜନ କରି ମା ଲକ୍ଷ୍ମୀ ଙ୍କୁ ସୁମରଣା କରିବା ପରେ ଜମି ହଳ କରି ବିହନ ଅନୁକୂଳ କରିଛନ୍ତି ।ଏହି ଅବସରରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ସମାରୋହ ବାଲିକୁଦା ବ୍ଲକ ଅରିଲୋ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜଳ ସଂମ୍ପଦ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ,ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ପ୍ରିୟମ୍ବଦା ପଳାଉରୀ, ଜ଼ିଲ୍ଲା ପରିଷଦ ସଭ୍ୟା,ଡଲି ପଣ୍ଡା, ପ୍ରତିମା ସ୍ୱାଇଁ, ରୁନି ଲତା ବେହେରା ସାଂସଦ ପ୍ରତିନିଧି ମାନସ ରଞ୍ଜନ ପଟ୍ଟନାୟକ, ଜ଼ିଲ୍ଲାପରିଷଦ ସଭ୍ୟ ଜଟାଧାରୀ ଦାସ, ସରପଞ୍ଚ ପ୍ରଶାନ୍ତ ବାରିକ,ଓ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଥିଲେ । ଆଜି ଦିନରେ ବିହନ ଅନୁକୂଳ କଲେ ଭଲ ଫସଲ ହୋଇ ଥାଏ ବୋଲି କୃଷକ ମାନଙ୍କର ବିଶ୍ୱାସ ରହିଛି ।ଆଜି ଏହି ପବିତ୍ର ଦିବସ ହୋଇ ଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ହୋଇଥିବା ବେଳେ ବିଭିନ୍ନ ଶୁଭ କାର୍ଯ୍ୟର ଅନୁକୂଳ ମଧ୍ୟ ହୋଇଥାଏ ବୋଲି ମନ୍ତ୍ରୀ ରଘୁନନ୍ଦ ଦାସ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.