ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମଣ୍ଡଳୀୟ ଶ୍ରମ ଆୟୁକ୍ତ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି।
ଜିଲ୍ଲା କାର୍ଯ୍ୟାଳୟ ପରିସର ଗ୍ରାମ୍ୟ ଉନ୍ନୟନ ତାଲିମ କେନ୍ଦ୍ର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମ ଦିବସର ଗୁରୁତ୍ୱ ବିଷୟରେ ଉପସ୍ଥାପନ କରିବା ସହ ସବୁ ବର୍ଗର ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ, ପିଡ଼ି ଡ଼ିଆରଡ଼ିଏ ମହେଶ୍ୱର ଚନ୍ଦ୍ର ନାୟକ , ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ . ବି. ରାଜୁ ,ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା , ବିଧାୟକ ପ୍ରତିନିଧି ଆଦର୍ଶ ଦାସ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରମିକ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ ବ୍ଲକର କୁଶଳୀ , ଅଣକୁଶାଳୀ ଓ ସଂଗଠିତ , ଅଣସଙ୍ଘଠିତ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକ ମାନେ ଯୋଗ ଦେଇଥିଲେ।
ଏହି ପରିପେକ୍ଷୀରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ପଣ୍ଡା କହିଥିଲେ ଯେ ବିଭିନ୍ନ ବର୍ଗର ଶ୍ରମିକଙ୍କ ପାଇଁ ସାମାଜିକ ନିରାପତ୍ତା ଆଇନ ସମ୍ବନ୍ଧରେ ସୂଚନା ଦେବା ସହ ଶ୍ରମିକଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ବିଭିନ ଶ୍ରମିକ କଲ୍ୟାଣ ବୋର୍ଡରେ ଶ୍ରମିକଙ୍କ ପଞ୍ଜିକରଣ ଓ ସହାୟତା ସମ୍ପର୍କିତ ତଥ୍ୟକୁ ଉପସ୍ଥାପନା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଲେବର କାର୍ଡ ଧାରୀ କାର୍ଯ୍ୟରତ ଅବସ୍ଥାରେ ମୃତ ଶ୍ରମିକଙ୍କ ପରିବାରକୁ ସାନ୍ତ୍ୱନା ମୂଳକ ସହାୟତା ରାଶି , ବିବାହ ପ୍ରୋତ୍ସାହନ ରାଶି ଏହିପରି ମୋଟ ୮୫୭ ଜଣ ଶ୍ରମିକଙ୍କୁ ୨ କୋଟିରୁ ଉର୍ଦ୍ଧ୍ବ ସହାୟତା ରାଶି ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ପାଇଁ ଶ୍ରମିକମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ତେବେ ସରକାରଙ୍କ ପ୍ରୋତ୍ସାହନ ରାଶି ପାଇବା ପରେ ଜିଲ୍ଲାର ସମସ୍ତ ହିତାଧିକାରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଶେଷରେ ସୋମନାଥ ପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.