ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ ଚଣ୍ଡିଖୋଲ ସ୍ଥିତ ଆଚାର୍ଯ୍ୟ କମ୍ପ୍ଲେକ୍ସରେ ସମାଜ ବିକାଶ କର୍ମଜୀବୀ ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମ ଦିବସ ପାଳିନ୍ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ଶ୍ରମିକ ନେତା ଶ୍ରୀଯୁକ୍ତ ପଞ୍ଚାନନ କାନୁନୁଗୋ ଯୋଗଦେଇ ଶ୍ରମିକ ମାନଙ୍କ ସମସ୍ୟା ଓ ଏହାର ପ୍ରତିକାର ଉପରେ ଆଲୋକ ପାତ୍ କରିଥିଲେ | ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ମାନବ ଅଧିକାର କର୍ମୀ ଶ୍ରୀଯୁକ୍ତ ମାନସ ଜେନା ଯୋଗ ଦେଇ ଅଣ ସଂଗଠିତ ଶ୍ରମିକ ମାନଙ୍କ ସମସ୍ତରେ ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲୀ କରିବା ପାଇଁ ଶ୍ରମ ସଂଗଠନ ପ୍ରୟାସ କୁ ସ୍ୱାଗତ କରିଥିଲେ | ଶ୍ରମିକମାନଙ୍କ ପାରିଶ୍ରମିକରେ ପତ୍ର ଅନ୍ତର ନୀତି ଉପରେ ଆଲୋଚନା କରିଥିଲେ ରାଜ୍ୟ ଅଣ ସଂଗଠିତ ଶ୍ରମିକ ସଂଘ ସମୋନୟ୍ କମିଟି ର ରାଜ୍ୟ ସଭାପତି ନୃସିଂହ ଚରଣ ମିଶ୍ର ସଭା ପରିଚାଳନା କରିଥିଲେ ସଂଗଠନର ସମ୍ପାଦକ ରମେଶ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |ଏହି ଅବସରରେ ସାମ୍ବାଦିକ ପ୍ରଦୀପ୍ତ କୁମାର ପରିଡା, ପ୍ରଦୀପ କୁମାର ପୃଷ୍ଟି, ଦେବବ୍ରତ୍ ଦେବତା ଧରଣୀଧର ମହାରଣା, ସତ୍ୟନାରାୟଣ ଦାସ, ମନୋଜ ମହାରଣା, ଶ୍ରମିକ ନେତା ନାରଣ ନାୟକ, ରବିନ୍ଦ୍ର୍ ମଣ୍ଡଳ ଓ ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଜେନା, ପ୍ରଶାନ୍ତ ମଲିକ, ଦିଲୀପ ପ୍ରଧାନ, ଶରତ ରାଉତ, ଭାଗିରଥି ଦାସ, ଚଣ୍ଡିଖୋଲ ବାର ଅସୋସେସନ୍ ର ସଭାପତି ଦେବରାଜ ବେହେରା, ଡାକ୍ତର ପବନିସ୍ଵର୍ ଜେନା ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କ କଲ୍ୟାଣ ଉପରେ ଆଲୋଚନା କରିଥିଲେ | ପ୍ରଫୁଲ୍ଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ |
Sign in
Sign in
Recover your password.
A password will be e-mailed to you.