ଉତ୍କଳ ଆଲୁମିନା ଆଇନ ବିଭାଗ ଅଧିକାରୀଙ୍କ ଓକିଲ ସଙ୍ଘ ପ୍ରତି ଅସୌଜନ୍ୟ ଆଚରଣ ଅଭିଯୋଗ !

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ଉତ୍କଳ ଆଲୁମିନା ଆଇନ ବିଭାଗ ଅଧିକାରୀ ସ୍ତୁପ୍ତି ବାନାର୍ଜୀ ଙ୍କ ଅଶୋଭନୀୟ ଆଚରଣ ଦିନକୁ ଦିନ ଉଗ୍ରତାର ସୀମା ଉଲଂଘନ ହେବାରେ ଲାଗିଛି ଓ ସେ ଉତ୍କଳ ଆଲୁମିନାରେ ଯୋଗଦେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଓକିଲ ସଙ୍ଘ (କାଶୀପୁର) ପ୍ରତି ହେୟ ମନୋଭାବ ପୋଷଣ କରି ଆସିବା ସହ ଅସୌଜନ୍ୟତା ପ୍ରଦର୍ଶନ କରିଆସୁଛନ୍ତି ବୋଲି କାଶୀପୁର ଓକିଲ ସଂଘ ପକ୍ଷରୁ କମ୍ପାନୀର ୟୁନିଟ ମୁଖ୍ୟଙ୍କ ନିକଟରେ ଅଭିଯୋଗ କରାଯାଇଛି |
ଆମର ହସ୍ତଗତ ହୋଇଥିବା ବାର ଆସୋସିଏସନ ସଭାପତିଙ୍କ ଦସ୍ତଖତରେ କମ୍ପାନୀର ୟୁନିଟ ମୁଖ୍ୟଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ, ଓକିଲ ସଙ୍ଘର ପ୍ରତିନିଧି ମାନେ ତାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବାକୁ ଗଲେ ମଧ୍ୟ ସେ ଦେଖା କରୁନାହାନ୍ତି | ତାଙ୍କର ଆଚରଣ ଓ ଉଚ୍ଚାରଣ ସଂଘର କର୍ମକର୍ତ୍ତାଙ୍କୁ କ୍ଷୁବ୍ଧ କରିଛି | ବିଭିନ୍ନ ସମୟରେ ଟେଲିଫୋନରେ କିଛି କାର୍ଯ୍ୟ ନେଇ ଯୋଗାଯୋଗ କଲେ ସେ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଯାହାକି ଉତ୍କଳ ଆଲୁମିନା ଭଳି ବଡ କମ୍ପାନୀର ଆଇନ ଅଧିକାରୀଙ୍କ ଠାରୁ ଆଶା କରା ନ ଯାଏ ବୋଲି କମ୍ପାନୀ ୟୁନିଟ ମୁଖ୍ୟଙ୍କ ଉଦ୍ଦେଶ୍ୟରେ ଲିଖିତ ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଯାଇଛି | ଏସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ବା କମ୍ପାନୀ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଉଦ୍ୟମ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ |

Leave A Reply

Your email address will not be published.