ବୌଦ୍ଧ (ସିମୁନ୍ ନାଏକ) ; ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଶୈବପୀଠରେ କାଉଡିଆଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଶ୍ରାବଣ ସୋମବାରରେ ଶିବଲିଙ୍ଗରେ ଜଳଲାଗି କଲେ ଜୀବନରେ ଖୁସି ଓ ସୌନ୍ଦର୍ଯ୍ୟ ବଢାଇବା ସହ ନିଜର ମନସ୍କାମନା ପୂରଣ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ତେଣୁ ମହାଦେବଙ୍କ କରୁଣା ଲାଭ ପାଇଁ କାଉଡିଆ ମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ ଦୁଇଟି କଳସ ରେ ପାଣିଭାର ଧରି ମହାଦେବଙ୍କ ବିଭିନ୍ନ ନାମ ଗାନ କରି ନିଷ୍ଠାର ସହ ଖାଲିପାଦରେ ଶହ ଶହ କିମି ଅନ୍ଧାରିଆ ରାତ୍ରୀର ବର୍ଷାକୁ ଖାତିରି ନକରି ଶ୍ରଦ୍ଧାର ସହ ସ୍ଥିରିକୃତ ଶୈବପୀଠରେ ଜଳଲାଗି କରିଥାନ୍ତି । ଏହି ଦିନ ବିଭିନ୍ନ ଶୈବପୀଠରେ ବୋଲ ବୋମ୍ ହର୍ ହର୍ ବୋମ ଧ୍ୱନିରେ ପ୍ରକମ୍ପିତ ହେଉଛି । ବିଭିନ୍ନ ନଦୀରୁ ଜଳଭାର ନେଇ କାଉଡିଆମାନେ ଜଳଲାଗି କରିଥାନ୍ତି । ତେଣୁ ପ୍ରାୟ ସମସ୍ତ ଶୈବପୀଠ ଉତ୍ସବ ମୁଖର ହୋଇଉଠିଥାଏ । ଏହି ଜଳଲାଗିକୁ ଶୃଙ୍ଖଳିତ କରିବା ଦୃଷ୍ଟିରେ ରଖି ମନ୍ଦିର ପକ୍ଷରୁ ବ୍ୟାପକ କରାଯାଇଛି । କାଉଡିଆମାନେ ଲାଇନରେ ଯାଇ ଶୃଙ୍ଖଳିତ ଭାବେ ଯେପରି ଜଳଲାଗି କର୍ିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେହିପରି ବୌଦ୍ଧ ଜିଲ୍ଲାର ଚନ୍ଦ୍ରଚୁଡ, ମାତଙ୍ଗେଶ୍ୱର, ରାମେଶ୍ୱର, ଜହ୍ନାପଙ୍ଗର ଚାରିଶମ୍ଭୁ ହରଭଙ୍ଗା ବ୍ଲକର କରଡି ର ଚମ୍ପେଶ୍ୱର, ରାମଗଡ ର କେଦାରେଶ୍ୱର, ବୁରୁବୁଡାର ଗୁପ୍ତେଶ୍ୱର, ପୁରୁଣାକଟକ ବିଶ୍ୱନାଥ, ଚାରିଛକ କେଦାରେଶ୍ୱ, କଣ୍ଟାମଳ ବ୍ଲକର ନର୍ପା ର ବଜରେଶ୍ୱର, ମନମୁଣ୍ଡାର ସୁବର୍ଣ୍ଣମେରୁ, କପାସିରାର ବଦ୍ୟନାଥ, ରେଘାମୁଣ୍ଡା ଶୈବପୀଠ, କଣ୍ଟାମାଳର କପିଳେଶ୍ୱର, ବିରାମୁଣ୍ଡାର ଗୁପ୍ତେଶ୍ୱର ପ୍ରମୁଖ ଶୈବପୀଠରେ କାଉଡିଆଙ୍କ ପ୍ରବଳ ଗହଳି କୁ ଆଖର ଆଗରେ ରଖି ଉକ୍ତ ଦେବାଳୟ ଗୁଡିକରେ ବ୍ୟପକ ବ୍ୟବସ୍ଥା କରାଯାଇଥିଲା ।