ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ଗଜପତି ଗସ୍ତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଖାଦ୍ୟ କମିଶନ ଅଧ୍ୟକ୍ଷ ପି.କେ.ମେର୍କାପ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ ଓ ଆଲୋଚନା କରି ଫେରିଥିବାର ଜଣାପଡିଛି। ଶ୍ରୀ ମେର୍କାପଙ୍କ ସହ ରାଜ୍ୟ ଖାଦ୍ୟ କମିଶନର ସଭ୍ୟ ଡିଏନ୍ ପାଢୀ ଓ ମେମ୍ବର ସେକ୍ରେଟାରୀ ଶିବାନୀ ମହାନ୍ତି ମଧ୍ୟ ଗସ୍ତ ସମୟରେ ଉପସ୍ଥିତ ଥିଲେ।
ଶ୍ରୀ ମେର୍କାପ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ସେହିପରି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟରେ ଖାଦ୍ୟ ଯୋଗାଣ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ। ବିଶେଷ କରି ଶିଶୁ ୱାର୍ଡକୁ ଯାଇ ଉପସ୍ଥିତ ଶିଶୁମାନଙ୍କ ଅଭିଭାକଙ୍କ ସହ ବ୍ୟବସ୍ଥାମାନ ପଚାରି ବୁଝିଥିଲେ। ଏହା ସହ ଚିକିତ୍ସାଳୟର ଏନ୍‌ଆର୍‌ସି ୱାର୍ଡ ଗୁଡିକ ବୁଲି ଦେଖିବା ପରେ ରେକର୍ଡ ଆଦି ଯାଞ୍ଚ କରିଥିଲେ।
ଏଥିରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ପାତ୍ର , ଡିଏମ୍‌ଓ ଡାକ୍ତର ପ୍ରମୋଦ ପଣ୍ଡା , ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ପାଢୀ , କାଉନସିଲର ସଂଗୀତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏହାପରେ ସିଦ୍ଧାମଡଙ୍ଗ ଗ୍ରାମ ଠାରେ ଥିବା ଫେୟାର ପ୍ରାଇସ ସପ୍ ପରିଦର୍ଶନରେ ଯାଇ ଷ୍ଟକ, ମୂଲ୍ୟ ଆଦି ସମ୍ପର୍କରେ ପଚାରି ବୁଝିବା ସହ କାଶୀନଗର ସିଡିପିଓ ଓ ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.