ମନ୍ତ୍ରୀ ପ୍ରତାପ ଜେନା ଏବଂ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମକୁ ଢେରସାରା ପ୍ରଶଂସା

0 2

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଓ ସମାଜସେବାମୂଳକ ଶାସନରେ ଅନୁପ୍ରାଣିତ ରାଜ୍ୟ ପ ।ୟତିରାଜ,ଆଇନ,ପାନୀୟଜଳ,ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମ ୪ର୍ଥ ଦିନରେ କଟକ ଚାନ୍ଦବାଲି ରାସ୍ତା ପାଶ୍ୱର୍ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଜାରି ରହିଛି । ଏହି ଅବସରରେ ଏଭଳି ଏକ ସମାଜସେବାମୂଳକ କାର୍ଯ୍ୟକ୍ରମ କରିବା ପାଇଁ ବିଜୁ ଜନତା ଦଳର କର୍ମୀମାନେ ଆଗେଇ ଆସିଥିବାରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପରେ ଗମନାଗମନ କରୁଥିବା ତୁଷା ର୍ ବାଟୋଇ ମାନଙ୍କ ଶୋଷ ମେଣ୍ଟାଈ ପାରୁଛି ଯାହାପାଇଁ ତୃଷାର୍ତ୍ତ ବୃଦ୍ଧ, ବୃଦ୍ଧା, ବୁଦ୍ଧିଜୀବୀ, କଲେଜ,ବିଦ୍ୟାଳୟ ଛାତ୍ର ଛାତ୍ରୀ , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ପୋଲିସ , ବିଦ୍ୟୁତ୍‌, ପ୍ରାଣୀ ଚିକିତ୍ସା ଅଧିକାରୀ ମାନେ ଏଠାରେ ଅଟକିଯାଇ ଦହି, ଲେମ୍ବୁ, ଚିନି ଓ ଲୁଣ ମିଶା ସରବତ୍ ପାଣି ପିଇ ନିଜର ଶୋଷ ମେ ।ଉଛନ୍ତି । ଏପରିକି ବହୁ ବାଟ ଆସିସାରିଲା ପରେ ବାଟୋଇ ଭାଇମାନେ ଥକିଯାଇ ଏଠାରେ ସୁସଜ୍ଜିତ ହୋଇ ପଡ଼ିଥିବା ଆସନରେ ବିଶ୍ରାମ ନେଇ ଦହିପାଣି ପିଇ ଶାନ୍ତିରେ ଘରକୁ ଫେରିଯାଉଛନ୍ତି । ତେବେ ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷା ଯୁବନେତା ଅଶୋକ କୁମାର ଓଝା, ବିଜୁ ଜନତା ଦଳ ବ୍ଲକ ସଭାପତି ରମାକାନ୍ତ ମହାନ୍ତି,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ଛାତ୍ର ସଭାପତି ସତ୍ୟଜିତ୍ ମହାପାତ୍ର,କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ,ଛାତ୍ର ଜିଲ୍ଲା ସମ୍ପାଦକ ଶୁଭାଶିଷ ପାଣ୍ଡେ,ସୋସିଆଲ ମିଡ଼ିଆ ସଂଯୋଜକ ଏମଡ଼ି ଅମିନ ଖାନ୍‌, ଶୁଭମ୍ ଦାସ,ଅମୂଲ୍ୟ କୁମାର ମଲିକ,ଶିବାନୀ ଶଙ୍କର ଦାସ,ବୁବୁ ସାହୁ,ରୁଦ୍ର ମହାନ୍ତି,ଆଶିଷ କୁମାର ସାହୁ,ପଦ୍ମନାଭ ତ୍ରିପାଠୀ,ପ୍ରିୟବ୍ରତ ସାହୁ ଙ୍କ ସମେତ ସମସ୍ତ ସରପ , ସମିତିସଭ୍ୟ, ଜିଲ୍ଲାପରିଷଦ, ବିଜୁ ଜନତାଦଳ କର୍ମୀମାନଙ୍କ ସହଯୋଗରେ ଏଭଳି ସମାଜସେବା କାର୍ଯ୍ୟକ୍ରମ ୪ର୍ଥ ଦିନରେ ଜାରି ରହିଥିବାରୁ ବହୁ ବାଟୋଇ ଭାଇମାନେ ମନ୍ତ୍ରୀ ଶ୍ରୀ ଜେନା ଓ ବିଜୁ ଜନତା ଦଳର ସମସ୍ତ କର୍ମୀମାନଙ୍କୁ ସାଧୁବାଦ ଜଣାଇବା ସହ ଢେରସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.