ତିର୍ତ୍ତୋଲର କନିମୂଳରେ ପଞ୍ଚାୟତରେ ଗ୍ରାମସଭା

0 2

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ କନିମୁଳ ପଂଚାୟତ କାର୍ଯ୍ୟାଳୟ ପରିସରରେ ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ଜମି ର କିସମ ପରିବର୍ତ୍ତନ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧ ନମ୍ବର ଯ଼ୋନ ଜ଼ିଲ୍ଲାପରିଷଦ ରଞ୍ଜିତା ସିଂ, ସରପଞ୍ଚ ଅନୁସୟା ମହାନ୍ତି, ସମିତିସଭ୍ୟ ବସନ୍ତ ମହାପାତ୍ର, ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ପାଣି ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତି ରହିଥିଲେ । ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ଉପସ୍ଥିତ ରହି ବିଦ୍ୟାଳୟ ର ଜମି କିସମ ପରିବର୍ତ୍ତନ ସମ୍ପର୍କରେ ଉପସ୍ଥାପନା କରିବା ସହିତ ମତାମତ ଲୋଡ଼ିଥିଲେ । ବିଦ୍ୟାଳୟ ର ୭୦ ଡ଼ିସିମିଲ ଯାହାକି ଗ୍ରାମ୍ୟ ଜଙ୍ଗଲ କିସମରେ ରହିଥିଲା ତାହା ବିଦ୍ୟାଳୟ ନାମକୁ ଆସିବାପାଇଁ ସରକାରୀ ସ୍ତରରେ ନିର୍ଦେଶ ରହିଥିଲା । ଆଜି ଏହି ଗ୍ରାମସଭା ରେ ଉପସ୍ଥିତ ଜନସାଧାରଣ ମାନେ ନିଜ ନିଜ ର ମତ ସାବ୍ୟସ୍ତ କରିଥିଲେ । ବିଦ୍ୟାଳୟ ଜମିର କିସମ ପରିବର୍ତ୍ତନ ରେ କାହାର କୌଣସି ପ୍ରତିବାଦ ନଥିଲା । ଏଥିରେ ଏବିଡ଼ିଓ ସତ୍ୟଜିତ ସ୍ୱାଇଁ, ଜିପିଓ କିଶୋର ମହାପାତ୍ର, ଏପିଓ ମଳୟ ପାତ୍ର, ବିଜୟ ପାତ୍ର, ତ୍ରିଲୋଚନ ବାରିକ, ଜିଆରଏସ ସୁଧୀର କାନ୍ତ ମହାପାତ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ମଲ୍ଲିକ ପ୍ରମୁଖ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହି ଶୁଣାଣି କରିଥିଲେ । ଏଥିରେ ଦିଲୀପ ଦାସ, କ୍ଷୀରୋଦ ରାଉତ, ପ୍ରଭାସ ବେହେରା ଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.