ଯଶିପୁର (ଶାସକ ପ୍ରଶାସକ) -ଆଜି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ବିଜୁ ଜନତା ଦଳ ତରଫରୁ ଯଶିପୁର ମୁଖ୍ୟ ବଜାର ନିକଟରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଠାରେ ଜଳ ଛତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜାମଦସାହି ସରପଞ୍ଚ ଜିତେନ୍ଦ୍ର କୁମାର ନାଏକ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯଶିପୁର ବ୍ଲକ ଜିଲ୍ଲା ପରିଷଦ ସଦସ୍ୟା ଲଳିତା ମୁନ୍ଦୁୟା, ବ୍ଲକ ଉପାଧ୍ୟକ୍ଷା କନକ ଲତା ଦାସ, ମେଜର ଦେବେନ୍ଦ୍ର ନାଥ ଦାସ, ବିଜେଡି ବ୍ଲକ ସଭାପତି ,ବିଶେଶ୍ୱର ମହାନ୍ତ, ରାଜ୍ୟ ସହ ସମ୍ପାଦକ ଚକ୍ରଧର ହେମ୍ବ୍ରମ, କାର୍ଯ୍ୟକାରୀ ସଭାପତି ସହନ ରାମ, ବିଶ୍ଵନାଥ ସାହୁ, ଭରତ ଚନ୍ଦ୍ର ନାଏକ, ଜିଲ୍ଲା ଯୁବ ସମ୍ପାଦକ ଦେବାଶିଷ ସାହୁ, ଶମ୍ଭୁନାଥ ମହାକୁଡ଼ ,ବନବିହାରି ମହାକୁଡ଼, ବେଣୁଧର ମହାନ୍ତ, ଦୁଖବନ୍ଧୁ ନାଏକ, ରାଜୁ ତିୟୁ, ନଳୀନ ରଞ୍ଜନ ସାହୁ,ପଙ୍କଜ ନାଏକ, ଖଗେଶ୍ବର ସାହୁ, ପ୍ରମୁଖ ବିଜୁ ଜନତା ଦଳର ବହୁ କାର୍ଯକର୍ତା ଯୋଗଦାନ କରି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।ଆଗାମୀ ୨ମାସ ପର୍ଯ୍ୟନ୍ତ ଏହି ଜଳ ଛତ୍ର କାର୍ଯ୍ୟକ୍ରମ ବିଜୁଜନତା ଦଳ ତରଫରୁ ଜାରି ରହିବ ବୋଲି ଦଳ ପକ୍ଷରୁ ଯୋଜନା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.