ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ଅଂଚଳର ବିଭିନ୍ନ ଅନୁଷ୍ଠାନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ନିଶ୍ଚିନ୍ତକୋଇଲି ମିଡିଆ ବ୍ରଦର୍ସ ପକ୍ଷରୁ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ରାଉତଙ୍କ ସଭାପତିତ୍ୱରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଜୟନ୍ତୀ ନିଶ୍ଚିନ୍ତକୋଇଲି ପି.ପି.କଲେଜ ନିକଟସ୍ଥ ତାରିଣୀ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏଥିରେ ମିଡ଼ିଆ ବ୍ରଦର୍ସର ଉପସଭାପତି ରମେଶ ଚନ୍ଦ୍ର ଜେନା, ସଂପାଦକ ଅମିତାଭ ମହାପାତ୍ର, ସହସଂପାଦକ ଇଜାଜ୍ ଖାଁ, ମିଡିଆ ସଂଯୋଜକ ପ୍ରଫୁଲ୍ଲ ମହାପାତ୍ର, କୋଷାଧ୍ୟକ୍ଷ ଜଗନ୍ନାଥ ପଣ୍ଡା, ଉପଦେଷ୍ଟା ପ୍ରତାପ ଶତପଥି, ରଂଜନ ଦାସ,ଉମାଶଙ୍କର ସାହୁ, ପ୍ରକାଶ ଚନ୍ଦ୍ର ରାଉଳ, ପ୍ରମୋଦ ସ୍ୱାଇଁ, ସତ୍ୟଜିତ୍ ମହାପାତ୍ର, ରଣଜିତ୍ ମଲ୍ଲିକ, ମନୋରଂଜନ ଭୂୟାଁ, ଦେବେନ୍ଦ୍ର ଷଢଙ୍ଗୀ, ନିର୍ମଳ ପଡିହାରୀ, ସତ୍ୟପ୍ରକାଶ ସ୍ୱାଇଁ,କ୍ଷୀରୋଦ ଲେଙ୍କା.ତାଲିବ ମିର୍ଜାଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ହୋଇ ଓଡ଼ିଆ ଜାତୀୟତାର ମନ୍ତ୍ରଦାତା ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣୀ ଗୋପବନ୍ଧୁ ଦାସ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀର ମୋହନ ଆଦି ମନିଷୀମାନଙ୍କର ଗୁଣଗାନ କରିବା ସହ ମଧୁସୂଦନ ଦାସଙ୍କ ସଂପର୍କରେ ଗଭୀର ଭାବେ ଆଲୋଚନା କରିଥିଲେ । ପ୍ରଥମେ ସାମ୍ବାଦିକ ଭାଇମାନେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଜଗନ୍ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.