ରାଜଭବନ ଆଗରେ ପିସିସି ଏସସି ଓ ଏସଟି ସେଲର  ଧାରଣା ୨ ରୁ

0

 

କୁନ୍ଦୁଲି ଗଣଧର୍ଷଣ ମାମଲାରେ ପୋଲିସର ଭୂମିକାକୁ ନେଇ କଂଗ୍ରେସ କ୍ଷୁବ୍ଧ

 

ଭୁବନେଶ୍ୱର : କୁନ୍ଦୁଲି ଗଣଧର୍ଷଣ ମାମଲାରେ ଅଭିଯୁକ୍ତବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସର ଟାଳଟୁଳ ନୀତି ପ୍ରତିବାଦରେ ରାଜଭବନ ସମ୍ମୁଖରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏସସି ଓ ଏସଟି ସେଲ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ୨ ତାରିଖରୁ ଆରମ୍ଭ ହେବ ବୋଲି ପିସିସି ଏସସି ସେଲ ଅଧ୍ୟକ୍ଷ ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆ ଓ ଏସଟି ସେଲ ଅଧ୍ୟକ୍ଷ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଜଣାଇଛନ୍ତି 

ସୂଚନାଯୋଗ୍ୟ ଯେ, କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଏତେ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଜାଣିଶୁଣି ଅପରାଧିଙ୍କୁ ଘଣ୍ଟ ଘୋଡାଇ ଚାଲିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ସରକାର ପୀଡିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଧର୍ଷଣକାରୀଙ୍କୁ ଖସାଇବାର ଯୋଜନାରେ ବ୍ୟସ୍ତ । ପ୍ରତିଦିନ ରାଜ୍ୟରେ ପାଞ୍ଚଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି । ଇତିଶ୍ରୀ, ବେବିନା, ମାଧବୀଲତା ଭଳି ଘଟଣାରେ ଅପରାଧିମାନେ ପୋଲିସ ଆଖିରେ ଧୂଳି ଦେଇ ବାହାରେ ବୁଲୁଛନ୍ତି । ପ୍ରଶାସନ କୁନ୍ଦୁଲିର ନିର୍ଭୟାକୁ ନ୍ୟାୟ ଦେବା ପରିବର୍ତ୍ତେ ତାକୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ନଜରବନ୍ଦୀ କରି ମାନସିକ ଯନ୍ତ୍ରଣା ଦେଉଛନ୍ତି । କାଉନ୍ସେଲିଂ ନାମରେ ପୀଡିତାକୁ ମହିଳା ପୋଲିସ ଜଗି ରହି ତାକୁ ବୟାନ ବଦଳାଇବା ପାଇଁ ବାଧ୍ୟ କରିବା ଅପରାଧିମାନଙ୍କୁ ସୁରକ୍ଷା ଦେବାର ପ୍ରୟାସ କରୁଛି । ପୀଡିତାର ନିକଟ ସଂପର୍କୀୟଙ୍କୁ ଗିରଫ କରି ସେମାନେ ଘଟଣାରେ ଦୋଷୀ ବୋଲି ଚିତ୍ରଣ କରିବାର ହୀନ ପ୍ରୟାସ କରୁଛି । ଏଯାବତ୍ ପୀଡିତାର ପରିବାରବର୍ଗଙ୍କୁ ୮ ଲକ୍ଷ ୨୫ ହଜାର ଟଙ୍କାର କ୍ଷତି ପୂରଣ ମିଳିବା ଆଇନ୍ ଅନ୍ତର୍ଗତ ବ୍ୟବସ୍ଥା ଥିଲାବେଳେ ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିନାହିଁ । ଗୋଟିଏ ବି ଗଣଦୁଷ୍କର୍ମ ମାମଲାରେ ସରକାର ଦୋଷୀମାନଙ୍କୁ ଧରିବାରେ ସଂପୂର୍ଣ୍ଣ ଅକ୍ଷମ । ଇତିଶ୍ରୀ ଗଣଦୁଷ୍କର୍ମ ଘଟଣାକୁ ତଦନ୍ତ କରୁଥିବା କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ସିବିଆଇ ଅପରାଧିଙ୍କୁ ଧରିବାରେ ବିଫଳ ହେଲାପରେ ଅପରାଧିକୁ ଧରାଇ ଦେଲେ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରଛି । ଏଥିରୁ ସିବିଆଇର ଅକ୍ଷମତା ଏବଂ ଅସହାୟତା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଥିଲେ  ।

 ଶ୍ରୀ ହରିଚନ୍ଦନ କହିଥିଲେ ଯେ, କଂଗ୍ରେସ ଦଳ ଘଟଣା ଘଟିବା ଦିନଠାରୁ ପୀଡିତାକୁ ନ୍ୟାୟ ମିଳିବା ପାଇଁ ଆନେ୍ଦାଳନ ଜାରି ରଖିଛି । ଏଥିପାଇଁ କଂଗ୍ରେସ ନେତା ଓ କର୍ମୀମାନେ ପୀଡିତାର ଗ୍ରାମ ମୁଷାଗୁଡାରୁ କୋରାପୁଟ ପର୍ଯ୍ୟନ୍ତ ଦୀର୍ଘ ୫୨ କିଲୋମିଟର ପଦଯାତ୍ରାରେ ଆସି ଡି.ଆଇ.ଜି. ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗତ ୧୬ ତାରିଖ ଦିନ କୋରାପୁଟ ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ସଫଳତାର ସହ ବନ୍ଦ ପାଳନ କରାଯାଇଛି । ପୀଡିତାକୁ ନ୍ୟାୟ ଓ ଦୋଷୀମାନେ ଗିରଫ ହୋଇ ଉପଯୁକ୍ତ ଦଣ୍ଡ ନପାଇଲା ପର୍ଯ୍ୟନ୍ତ କଂଗ୍ରେସ ଆନେ୍ଦାଳନକୁ ଜାରି ରଖିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ନଭେମ୍ବର ୨ ତାରିଖ ଦିନ ପ୍ରଦେଶ କଂଗ୍ରେସ ତରଫରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଶ୍ରୀ ହରିଚନ୍ଦନ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ଚେତାବନୀ ଦେଇଥିଲେ କରିଥିଲେ ।

Leave A Reply

Your email address will not be published.