ରକ୍ତସଂଗ୍ରହ କ୍ଷେତ୍ରରେ ଓଡ଼ିଶା-ମୋ ପରିବାର ସ୍ଥାପନ କଲା ମାଇଲଖୁଣ୍ଟ

0

୨୦ ମାସରେ ସଂଗ୍ରହ ହେଲା ୨ ଲକ୍ଷ ୟୁନିଟ୍ ରକ୍ତ

ଭୁବନେଶ୍ୱର: ଆଜି ଓଡ଼ିଶା-ମୋ ପରିବାରଏହାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କେବଳ ୧ ବର୍ଷ ୮ ମାସ (୨୦ ମାସ) ମଧ୍ୟରେ ୨ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ସାମାଜିକ ପ୍ରତିବଦ୍ଧତାର ନିଦଦର୍ଶନ ସ୍ୱରୂପ ଓଡ଼ିଶା-ମୋ ପରିବାରକୁ ହସ୍ତାନ୍ତର କରିଥିଲେ।ଏହାକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ଓଡ଼ିଶା-ମୋ ପରିବାରଏହି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ ପ୍ରକ୍ରିୟାକୁ ଆହୁରି ଶାଣିତ କରିଥିଲା।ଫଳସ୍ୱରୂପ, ଆଜିଏପ୍ରିଲ ୧୭ ତାରିଖ ଅର୍ଥାତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥିରେ ୧୦,୦୦୦ ୟୁନିଟ୍ ରକ୍ତ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ନେଇ ରାଜ୍ୟର ୩୦ ଟି ଜିଲ୍ଲାରେ ପ୍ରାୟ 95ଟି ସ୍ଥାନରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇ ସନ୍ଧ୍ୟା ସୁଦ୍ଧା ୮ ହଜାରରୁ ଊର୍ଦ୍ଧ୍ୱ ରକ୍ତ ସଂଗ୍ରହ ହୋଇ ଏହି କିର୍ତ୍ତୀମାନ ସ୍ଥାପନ କରିଛି।
ପୂର୍ବରୁ ୧୦ ମାସ ମଧ୍ୟରେ ଅର୍ଥାତ୍ ୨୦୧୧ ମସିହା ଜୁନ୍ ୬ ତାରିଖ ଦିନ ୧ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ପୂରଣ ହୋଇଥିଲା। ଓଡ଼ିଶା-ମୋ ପରିବାରଏହି ଧାରାକୁ ଜାରି ରଖି ପୁନଶ୍ଚ ୧୦ ମାସ ମଧ୍ୟରେ ଆଉ ୧ ଲକ୍ଷ ୟୁନିଟ ସଂଗ୍ରହ କରିପାରିଛି।ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁର ଏହି ରକ୍ତଦାନ ଅଭିଯାନ ଦ୍ୱାରା ରାଜ୍ୟରେ ହଜାର ହଜାର ରୋଗୀମାନଙ୍କ ଚିକିତ୍ସା, ସୁବିଧାରେ ହେବା ସହ ବହୁ ମୂଲ୍ୟବାନ ଜୀବନ ବଞ୍ଚିପାରୁଛି।
ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକମାନଙ୍କ ଅକ୍ଳାନ୍ତ ପରିଶ୍ରମଏବଂସ୍ୱେଚ୍ଛାସେବୀ ତଥା ରକ୍ତଦାତାମାନଙ୍କ ଅକୁଣ୍ଠ ଯୋଗଦାନ ତଥା ବ୍ଲଡ୍ ବ୍ୟାଙ୍କ କର୍ମଚାରୀଙ୍କ ଅବଦାନ ପାଇଁ ସେମାନଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେଏହିଭଳି ସହଯୋଗ କାମନା କରାଯାଇଛି।

Leave A Reply

Your email address will not be published.