ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ପୁନଃରୁଥାନ ଦିବସ ପାଳନ!

0

ଉମରକୋଟ (ଜିତେନ୍ଦ୍ର ମହାନ୍ତି), ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକେ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ପୁନଃରୁଥାନ ଦିବସ ପାଳନ କରିଥିଲେ!ଏହି ପୁନଃରୁଥାନ ଦିବସ ର ମୁଖ୍ୟ ବିଶେଷତ୍ୱ ଏହା କି ଗୁଡ଼ ଫ୍ରାଇଡେ ଦିନ ଯୀଶୁଖ୍ରୀଷ୍ଟ ଙ୍କୁ କୃଶ ରେ ହତ କରାଯାଇଥିଲା!ସେହି ଦିନ ସେ ମୃତ୍ୟୁବରଣ କରିଥିଲେ!ଶାସ୍ତ୍ର କୁ ବିଶ୍ୱାସ କରି ତୃତୀୟ ଦିନରେ ଯାହା କି ରବିବାର ଦିନ ପ୍ରଭୁଙ୍କ କବର ରୁ ମୃତ୍ୟୁ ରୁ ଉଠି ଅଛନ୍ତି ବୋଲି ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକେ ପୁନଃରୁଥାନ ପର୍ବ କୁ ଭକ୍ତି ଓ ବିଶ୍ୱାସ ରେ ପାଳନ କରନ୍ତି!ଉକ୍ତ ପର୍ବ ନିମନ୍ତେ ସହର ର ସମସ୍ତ ଖ୍ରୀଷ୍ଟ ଧର୍ମାଵଲମ୍ବୀ ଲୋକେ ସ୍ଥାନୀୟ ଗିରିଜା ଘର ଠାରୁ ପ୍ରଭୁଙ୍କୁ ପ୍ରାର୍ଥନା କରି ଏକ ଶୋଭାଯାତ୍ରା ବାହାର କରି ସମାଧି ସ୍ଥଳ କୁ ଯାଇ ନିଜ ନିଜ ପୂର୍ବ ପୁରୁଷ ଙ୍କ ସମାଧି ଉପରେ ପୁଷ୍ପମାଲ୍ୟ ଏବଂ ମୋହମବତୀ ଜାଳି ଧୂପକାଠି ଦେଇ ଉପାସନା କରି ପ୍ରଭୁଙ୍କୁ ଆହ୍ୱାନ କରିଥାନ୍ତି!ପୁନଃରୁଥାନ ବାର୍ତା କୁ ପ୍ରଚାର କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ ପ୍ରାର୍ଥନା କରିଥିଲେ!ଏବଂ ପାରସ୍ପରିକ ମଧ୍ୟରେ ସୂବେଚ୍ଛା ଓ ଅଭିନନ୍ଦନ ଜଣେଇଥିଲେ!ଉକ୍ତ ପୁନଃରୁଥାନ ପର୍ବ କୁ ଉମରକୋଟ ସହର ରେ ଥିବା ଗିରିଜା ମଣ୍ଡଳୀ ର ପରିଚା୍ଲକ ଆଚାର୍ଯ୍ୟ ବିଭୁତି ଭୂଷଣ ପାଣି ପରିଚଳନା କରିଥିଲେ!ଆଜିର ଏହି ପର୍ବ କୁ ନେଇଁ ଉମରକୋଟ ସହର ରେ ଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ନିଜ ନିଜ ପରିବାର ବର୍ଗ, ଏବଂ ସମ୍ପର୍କୀୟ ସହିତ ଗିରିଜା ରେ ବହୁତ ଆନନ୍ଦ ଉଲ୍ଲାସ ରେ ପ୍ରଭୁ ଙ୍କୁ ପ୍ରାର୍ଥନା କରି ପାଳନ କରିଥିଲେ

Leave A Reply

Your email address will not be published.