ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ର ୨୫ ତମ ଶ୍ରାଦ୍ଧ ବାର୍ଷିକ ପାଳନ

0

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଦର ସ୍ଥିତ ଶାରଦା ମଣ୍ଡପ ଠାରେ ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କର ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବିଜୁ ବାବୁଙ୍କ ନୀତି, ଆଦର୍ଶ ଓ କାର୍ଯ୍ୟଧାରା ବାବଦରେ ଆଲୋକପାତ କରିଥିଲେ ।ଏହା ସହିତ ସେହି ମହାନ ପୁରୁଷଙ୍କ ନାମରେ ତିଆରି ହୋଇଥିବା ବିଜୁ ଜନତା ଦଳ ସାଧାରଣ ଲୋକମାନଙ୍କ ପାଇଁ ସବୁ ସମୟରେ କାର୍ଯ୍ୟ କରିବା ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଲୋକମାନଙ୍କ ପାଖରେ ପହଂଚାଇବା ପ୍ରାଥମିକତା ବୋଲି କହିଛନ୍ତି ବିଧାୟକ ।

Leave A Reply

Your email address will not be published.