କଲ୍ୟାସିଂହପୁର ହନୁମାନ କ୍ଲବ୍ ତରଫରୁ ପଣା ବଣ୍ଟନ ।

0

କଲ୍ୟାସିଂହପୁର//ପ୍ରଦୀପ ଦଲାଇ- ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବଜାର ନିକଟସ୍ଥ ହନୁମାନ ମନ୍ଦିରରେ ଓଡ଼ିଆ ନବବର୍ଷ ପାଳିତ ସହ ହନୁମାନ କ୍ଲବ୍ ତରଫରୁ ପଣା ବଣ୍ଟନ କରାଯାଇଛି। ଆଜିକାଲି ପ୍ରାୟ ସମସ୍ତେ ନୂତନ ବର୍ଷ ଭାବେ ଲୋକେ ଜାନୁଆରୀ ପହିଲା କୁ ପାଳିଥାନ୍ତି। ଓଡ଼ିଆ ହୋଇ ଓଡ଼ିଆ ପରମ୍ପରା କୁ ଲୋକେ ଭୁଲି ଯାଉଛନ୍ତି।ପାଶ୍ଚାତ୍ୟ ସଭ୍ୟତା କୁ ଜାବୁଡି ଧରୁଛନ୍ତି।ପ୍ରାୟତଃ ଗାଁ ଗହଳି ରେ ଆଜି ମଧ୍ୟ ଓଡ଼ିଆ ନବବର୍ଷ ପାଳନ ହେଉଛି।ସେହିପରି ଆଜି କଲ୍ୟାସିଂହପୁର ହନୁମାନ କ୍ଲବ୍ ତରପରୁ ଓଡ଼ିଆ ନବ ବର୍ଷ କୁ ବହୁତ ଧୂମଧାମ ରେ ପାଳନ କରାଯାଇଛି। କଲ୍ୟାସିଂହପୁର ବାସୀ ଙ୍କୁ ନୂତନ ଓଡ଼ିଆ ନବ ବର୍ଷ କୁ ସ୍ୱାଗତ କରିବା ସହ ପଣା ବଣ୍ଟନ କରିଥିଲେ।ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ ରେ ହନୁମାନ କ୍ଲବ ର ସଭାପତି, କୈଳାଶ ଅଛାରି, ସହ ସଂଗ ର ଜଡ଼ିତ ଯୁବକ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.