ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ୍ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ୍ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଦଳର ସଦସ୍ୟମାନେ ଏକାଠି ହୋଇ ପାରଳାଖେମୁଣ୍ଡି ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ଓ ଦାଣ୍ଡୁମାଳା ସାହି ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ବିଭିନ୍ନ ସ୍ଳୋଗାନ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଜାତିଗତ ବିଭେଦତା , ଧର୍ମ ଭିତ୍ତିକ ହିଂସାର ରାଜନୀତିକୁ ଦୂର କରି ଦଳିତ, ବଞ୍ଚିତ, ଶୋଷିତ ବର୍ଗଙ୍କ ହାତ ମୁଠାକୁ ସୁଦୃଢ କରିବା ଏବଂ ସାମ୍ବିଧାନିକ ଅନୁଷ୍ଠାନ ,ବିଧି ,ବ୍ୟବସ୍ଥାର ରକ୍ଷା କରିବା ପାଇଁ ଆହ୍ବାନ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା , କିଶୋର ଚନ୍ଦ୍ର ଗୁରୁ , ଲୋଗସ୍ ଦାସ୍ ବର୍ଦ୍ଧନ , ଲିଙ୍ଗରାଜ ପାଣିଗ୍ରାହୀ , ଲୋକନାଥ ଭୁକ୍ତା , ଜି.ମୋନଜ କୁମାର , ପାଇଲା ମୁରଲି କ୍ରିଷ୍ଣା , ଜି.ଚନ୍ଦ୍ରା ରାଓ , ମୋହନ ଜେନା , ଭରତ ସାହୁ , ସଚିନ୍ କୁମାର ପଣ୍ଡା , ଜୟସେନ ଶବର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.