ବାବାସାହେବ ଆମ୍ୱେଦକରଙ୍କ ଜୟନ୍ତୀ ମହା ଆଡ଼ମ୍ବରରେ ପାଳିତ

0

ପାଟଣାଗଡ: ବାବାସାହେବ ଆମ୍ୱେଦକରଙ୍କ ୧୩୧ତମ ଜୟନ୍ତୀ ପାଟଣାଗଡ଼ରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ ସମେତ କଳାହାଣ୍ଡି, ବରଗଡ଼, ନୂଆପଡ଼ା, କୋରାପୁଟ ଓ ରାଜ୍ୟ ବାହାରୁ  ହଜାର ହଜାର ଲୋକ ଆସି ଯୋଗ ଦେଇଥିଲେ। 
“ପାଟଣାଗଡ଼ ଆମ୍ୱେଦକର ଜୟନ୍ତୀ କମିଟି” ଏବଂ ‘ଉପଖଣ୍ଡସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ’ ସଭାପତି ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ନେତା ଶ୍ରୀ ଦୀକ୍‌ସନ ନନ୍ଦଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରାରେ ବାହାରି ପାଟଣାଗଡ଼ ଗଡଭିତର ପଡ଼ିଆ ଠାରୁ ରମାଇ ହାଇସ୍କୁଲ ପଡ଼ିଆ ଯାଏ ରେଲି ହୋଇଥିଲା। ଏହି ପଦଯାତ୍ରାରେ ପ୍ରାୟ ୩୦ଟି ବାଜା ଦଳ ସହ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ର ପ୍ରଭାବରେ ପାଖାପାଖି ୨ ଘଣ୍ଟା ଯାଏଁ ମୁଖ୍ୟରାସ୍ତା ଠପ୍‌ ହୋଇଯାଇଥିଲା। 

ଏହି ଉତ୍ସବରେ ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ତାରଣୀ ସୁନା , ଆସିଷ୍ଟାଣ୍ଟ ପ୍ରଫେସର ମନୋଜ ବାଗ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗ,  ବେଲପଡା ବ୍ଲକ ଅଧ୍ୟକ୍ଷ ଟିନା କୁମ୍ଭାର, କମିଟି ସଚିବ ଜୟନ୍ତ କୁମ୍ଭାର, ଉପସଭାପତି ଭକ୍ତରାମ ବାଗ, ଧନେଶ୍ୱର ନାଗ, ପୁନିତରାମ ସୁନା, ମନୋରଞ୍ଜନ ବାରିକ, ମଣି କୁମ୍ଭାର, ପଙ୍କଜ ଭୋଇ, ବନମାଳୀ କୁମ୍ଭାର, ଡିଙ୍ଗର କୁମ୍ଭାର, ଶ୍ରୀପତି କୁମ୍ଭାର, ଗୋକୁଳ ନାଗ, ରସେନ୍ଦ୍ର କୁମ୍ଭାର, ଲକ୍ଷ୍ମଣ ବାଗ, ପ୍ରଦୀପ କୁମ୍ଭାର, ଭକ୍ତବନ୍ଧୁ ନାଗ, ଦେବର୍ଚ୍ଚନ ନାଗ, ଖୁସିରାମ ମହାନନ୍ଦ, ପୂର୍ଣ୍ଣଚନ୍ଦ୍ର କୁମ୍ଭାର, କର୍ମଚାରୀ ସଂଘ ଡାକ୍ତର ଦୀପକ ବାରିକ, ଭୀମ୍‌ ଆର୍ମିର ଭରତ ତାଣ୍ଡି, ଏବଂ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ବହୁ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ। 

ସଭାପତି ଏବଂ ଅନ୍ୟ ଗେଷ୍ଟ ମାନଙ୍କ ଦ୍ୱାରା ଦିଆଯାଇଥିବା  ବକ୍ତବ୍ୟରେ ଡ.ବାବାସାହେବ ଆମ୍ୱେଦକରଙ୍କୁ ମାନବ ବାଦର ପୃଷ୍ଟପୋଷକ, ବିଶିଷ୍ଟ ଶିକ୍ଷାବିତ, ଆଇନଜ୍ଞ, ଦାର୍ଶନିକ, ଜ୍ଞାନର ପ୍ରତୀକ, ଭାରତୀୟ ସମ୍ବିଧାନ ର ପ୍ରଣେତା ଓ ସବୋର୍ପରି ଅଗଣିତ ଅବହେଳିତ ନିଷେ୍ପସିତ ଦଳିତ ଓ ମହିଳାଙ୍କ ଉଦ୍ଧାରକତ୍ର୍ତା,ବିଶ୍ୱ ପ୍ରିୟ ଭାରତରତ୍ନ ବୋଧିସତ୍ୱ ବାବାସାହେବ ଡ.ବାବାସାହେବ ଆମ୍ୱେଦକର  ଆଧୁନିକ ଭାରତର ନିର୍ମାତା ବୋଲି ବର୍ଣ୍ଣନା କରିଥିଲେ। ସେ ଭାରତୀୟ ସମ୍ବିଧାନର ଆର୍କିଟେକ୍‌ ଭାବେ  ପରିଚିତ। 
ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ଯାବିନେଟରେ ବାବାସାହେବ ଆମ୍ୱେଦକର ଆଇନ ମନ୍ତ୍ରୀ ଭାବ କାର୍ଯ୍ୟ କରିଥିଲେ। ୧୯୯୦ରେ, ବାବାସାହେବ ଆମ୍ୱେଦକରଙ୍କୁ ଭାରତର ସବୋର୍ଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଇଥିଲା।ପ୍ରକାଶ ଥାଉକି, ଶାନ୍ତି ଶୃଙ୍ଖଲା ରକ୍ଷା କରିବା ପାଇଁ ସ୍ଥାନୀୟ ପୋଲିସ ବିଭାଗର ପଦକ୍ଷେପ ଅତି ପ୍ରଶଂସନୀୟ ଅଟେ ||

Leave A Reply

Your email address will not be published.