ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟିତ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର :  ଜିଲ୍ଲା ଶିକ୍ଷା ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ମନ୍ତ୍ରଣାଳୟ ମେଳା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି।
 ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ମୁଖ୍ୟ ବକ୍ତା ଭାବେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ ସୁଜିତ୍ କୁମାର ନାଥ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବିନୋଦ ସିଂ ଓ ଶକୁନ୍ତଳା ଟେଟେ ମଞ୍ଚାସିନ ରହି ଜିଲ୍ଳାର କୁନି ବୈଜ୍ଞାନିକ ମାନଙ୍କୁ ଉସ୍ତାହିତ କରିବା ସହ ସମାଜର ଗଠନ ଓ ଉନ୍ନତିରେ ବୈଜ୍ଞାନିକ ମାନଙ୍କର ଭୂମିକା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ପ୍ରଦର୍ଶନୀରେ ଜିଲ୍ଳାର ତିନୋଟି ବ୍ଲକ ରୁ ୩୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀରେ କୁନି ବୈଜ୍ଞାନିକ ମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତିଲେଇବଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଲିଟିନ ସାହୁ, କଂସର ସରକାରୀ ବିଦ୍ୟାଳୟ ର ଛାତ୍ରୀ ଲିପ୍ସା ପ୍ରଧାନ, ବାବୁରିକାନି ପିୟୁପିଏସ ର ଛାତ୍ରୀ ସୁଚିଶ୍ମିତା ନାୟକ, ତିଲେଇବଣି ଆଦର୍ଶ ବିଦ୍ୟାଳୟର ଛାତ୍ରୀ କଲ୍ୟାଣୀ ପଦ୍ମଜା ଆଚାର୍ଯ୍ୟ, ବାରକୋଟ ଆଦର୍ଶ ବିଦ୍ୟାଳୟର ଛାତ୍ର କ୍ରିଷ୍ଣା ସାହୁ ଓ କଣ୍ଡଳ ନୋଡାଲ ହାଇସ୍କୁଲ ର ଛାତ୍ରୀ ଜ୍ୟୋତିମୟୀ ସାହୁଙ୍କ ପ୍ରକଳ୍ପ ଗୁଡ଼ିକ ଯୋଗ୍ୟ ବିବେଚିତ ହୋଇ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

Leave A Reply

Your email address will not be published.