କାଶୀପୁର ରୁ ବୈକୁଣ୍ଠ ଦୁରିଆ – ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ କାର୍ଯ୍ୟ ରତଵିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଙ୍କ ପକ୍ଷରୁ ଆଜିମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଗୌରଚନ୍ଦ୍ର ପଟ୍ଟନାୟକ ଙ୍କୁଦାବୀ ପତ୍ର ପ୍ରଦାନ କରାଯାଇଛି ।କାର୍ଯ୍ୟ ରତ ସାମ୍ବାଦିକ ଲୋକନାଥ ଦଳେଇ ଙ୍କପ୍ରତି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିକାରୀ ଙ୍କ ଅମାନୁଷିକ କାର୍ଯ୍ୟ ର ପ୍ରତିବାଦ କରିବା ସହ ସାମ୍ବାଦିକ ଙ୍କୁ ସୁରକ୍ଷା ଦେବାର ଦାବି କରାଯାଇଛି । ଥାନା ଅଧିକାରୀ ଦ୍ରୌପଦୀ ଦାଶଏବଂ ଏସ ଆଇ ସୁବର୍ଣ୍ଣବେହେରା ଆକ୍ରୋଶ ମୂଳକ ଭାବେଲୋକନାଥ ଦଳେଇ କୁଗିରଫ କରିଥିଲେ । ଅସୁସ୍ଥ ହେବାପରେ ସେ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ସମୟରେ ଗୋଡ଼ ରେ ବେଡି ପକାଇବା ଘଟଣା ମାନବିକ ଅଧିକାର କୁ ଉଲ୍ଲଘଂନ କରିବା ସହ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗାଇଡ଼ ଲାଇନ କୁମଧ୍ୟ ଅବମାନନା କରାଯାଉଛି ।ଏହିଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଏବଂ ଏହାର ପୁନରାବୃତ୍ତି ନ ହେବା ପାଇଁ ସାମ୍ବାଦିକଙ୍କ ପକ୍ଷରୁ ଦାବି କରାଯାଇଛି ।ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରିବା ପରେ ଏହା କୁ ଜିଲ୍ଲାପାଳ ଙ୍କ ନିକଟକୁ ପଠାଇ ବାର ପ୍ରତିଶ୍ରୁତି ଦେଇଛନ୍ତି ।ଏଥିରେକାଶୀପୁର ବ୍ଲକରବିଭିନ୍ନ ପ୍ରିଣ୍ଟ ମିଡ଼ିଆ ,ୱେବ ମିଡ଼ିଆ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.