ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ପୁଲିସର ମାତ୍ରାଧିକ ଅତ୍ୟାଚାର ଦିନକୁ ଦିନ ବଢି ବଢି ଚାଲିଛି I ବାରମ୍ବାର ପ୍ରତିବାଦ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ I ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ଜଘନ୍ୟ ଅତ୍ୟାଚାରର ପ୍ରତିବାଦରେ କନ୍ଧମାଳ ଗଣମାଧ୍ୟମ ସାମ୍ବାଦିକ ସଂଘ ତରଫରୁ ଜିଲ୍ଲା ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଉପ ସଭାପତି ଫିଲିପ ଦିଗାଲ, ସାଧାରଣ ସମ୍ପାଦକ ଇମାନୁଏଲ ନାୟକ, ଉପଦେଷ୍ଟା ସୁବ୍ରତ ମହାନ୍ତି, ସଦସ୍ୟ ପ୍ରଭାତ ନନ୍ଦ, ଉତ୍ତମ ଦିଗାଲ, ସୁଶାନ୍ତ ଦିଗାଲ, ଲକ୍ଷ୍ମୀ ନାରାୟଣ ମଲ୍ଲୀକ, ମାନବାଧିକାର କର୍ମୀ ଜାକୀର ଉଲ୍ହା ଖାଁ ପ୍ରମୁଖ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I ସୂଚନା ଅନୁଯାୟୀ କନ୍ଧମାଳ ଗଣମାଧ୍ୟମ ସଂଘର କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନେ ଏକ ଶୋଭାଯାତ୍ରାରେ ଆସି ସାମ୍ବାଦିକମାନଙ୍କ ଉପରେ ପୁଲିସ ଜୁଲମର ପ୍ରତିବାଦ, ସାମ୍ବାଦିକ ସୁରକ୍ଷା ଆଇନ ଲାଗୁକରିବା, ନୀଳଗିରି ସାମ୍ବାଦିକଙ୍କ ଉପରେ ପୁଲିସର ଅତ୍ୟାଚାର ଆଦି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ଦାବୀ ପତ୍ର ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ସଭାପତି ଗଗନ କୁମାର ପ୍ରଧାନ ଓ ଉପସଭାପତି ଫିକିପ କୁମାର ଦିଗାଲ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ପୁଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରି ତାଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ଲଗାଇଛି I ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ତରବରରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା I ସେଠାରେ ଦେଖିବାକୁ ମିଳିଥିଲା ସାମ୍ବାଦିକ ଶ୍ରୀଯୁକ୍ତ ଦଳେଇଙ୍କ ଗୋଡ଼ରେ ଲୁହା ଶିକୁଳି(ବେଡି) ପଡିଥିବାର ଅତି ଅମାନୁଷିକ ଦୃଶ୍ୟ I ଯାହାକି ଜଣେ ଆତଙ୍କବାଦୀ ଅବା ଅତି ଭୟଙ୍କର ଆତଙ୍କ ସୃଷ୍ଟି କରୁଥିବା ଡକାୟତକୁ ଆୟତରେ ନେବା ବେଳର ଦୃଶ୍ୟ I ପୁଲିସର ଏହି ଜଘନ୍ୟ ଅମାନୁଷିକ କାର୍ଯ୍ୟକୁ ସଭାପତି ଗଗନ କୁମାର ପ୍ରଧାନ ଘୋର ନିନ୍ଦା କରିବା ସହ ଉପସଭାପତି ଫିଲିପ କୁମାର ଦିଗାଲ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି I ଯଦି ପ୍ରଶାସନ ସାମ୍ବାଦିକଙ୍କ ସୁରକ୍ଷା କ୍ଷେତ୍ରରେ ଯତ୍ନବାନ ନ ହୁଅନ୍ତି ତାହାହେଲେ ଆଗମୀ ଦିନରେ କନ୍ଧମାଳ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ରାଜରାସ୍ତାକୁ ଓଲ୍ହାଇବେ ବୋଲି କନ୍ଧମାଳ ଗଣମାଧ୍ୟମ ସଂଘ ପକ୍ଷରୁ ସୂଚନା ଦିଆଯାଇଛି I
Sign in
Sign in
Recover your password.
A password will be e-mailed to you.